111 Views
ଭୁବନେଶ୍ୱର, ସେପ୍ଟେମ୍ବର ୧୫ : ରାଜ୍ୟରେ ଗୋଟିଏ ଦିନରେ ୪୩ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୩,୯୪୦ କରୋନା ନମୁନା ପରୀକ୍ଷା ହୋଇଛି।
ଏଥିମଧ୍ୟରୁ ୩୪,୭୦୦ ଜଣଙ୍କର ଆଣ୍ଟିଜେନ, ୭୧୨୩ ଟି ଆରଟିପିସିଆର୍ ଓ ୧୧୭ ଟି ଟ୍ରୁନଟ୍ ପରୀକ୍ଷା ହୋଇଛି ବୋଲି ସୂଚନା ମିଳିଛି ।
ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ବା ଏହାର ପାଖାପାଖି ନମୁନା ପରୀକ୍ଷା ହେବା ଫଳରେ ନମୁନା ପରୀକ୍ଷଣ ସଂଖ୍ୟା ଇତିମଧ୍ୟରେ ୨୫ ଲକ୍ଷ ଟପିଲାଣି । ଟେଷ୍ଟିଂ ବଢିବା କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ତାଲିକା ମଧ୍ୟ ବଢ଼ିବାରେ ଲାଗିଛି।