200 Views
ଶ୍ରୀନଗର : ଗତ ତିନି ସପ୍ତାହ ମଧ୍ୟରେ ଜମ୍ମୁ ଓ କଶ୍ମୀରରେ ୨୮୦ଟି ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୁଲିସ ରିପୋର୍ଟ କରିଛି। ଏଭଳି ୧୬୦ଟି ମାମଲା ଥାଇ ସର୍ବାଗ୍ରେ ରହିଛି ଶ୍ରୀନଗର। ପୁଲ୍ଓ୍ଵାମାରେ ୨୨ଟି, ବାରମୂଳାରେ ୧୮ଟି ଏଭଳି ଘଟଣା ଘଟିଥିବା କଥା ଜାତୀୟ ଗଣମାଧ୍ୟରେ ପ୍ରକାଶ ପାଇଛି। କେବଳ ଅଗଷ୍ଟ ୨୪ ତାରିଖ ଦିନ ୨୪ଟି ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ଭଳି ଘଟଣା ଶ୍ରୀନଗରରେ ବେଶୀ ଘଟିଥିଲେ ବି ଏହାର ତୀବ୍ରତା ଥିଲା ସ୍ୱାଭାବିକ। ଆଇନ୍କୁ ହାତକୁ ନେଉଥିବା ଏହି ଦଳଗୁଡ଼ିକରେ ୧୦/୧୫ ଜଣ ଲୋକଙ୍କ ଛଡ଼ା ବେଶୀ କେହି ନ ଥିଲେ।