Sun. Mar 8th, 2026

ଗତ ତିନି ମାସ ମଧ୍ୟରେ ଉତ୍ତରାଖଣ୍ଡର ୧୩୨ଟି ଗାଁରେ ଆଦୌ ଝିଅ ଜନ୍ମ ହୋଇ ନାହାନ୍ତି

213 Views

ଉତ୍ତରକାଶୀ  :  କେନ୍ଦ୍ର ସରକାର ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ଜୋର୍‌ଦାର୍‌ ପ୍ରଚାର କରୁଥିବା ବେଳେ ଉତ୍ତରକାଶୀ ଜିଲ୍ଲାର ୧୩୨ଟି ଗ୍ରାମରୁ ମିଳିଥିବା ଲିଙ୍ଗ ଅନୁପାତ ତଥ୍ୟ ଅନୁସାରେ, ଗତ ତିନି ମାସ ମଧ୍ୟରେ ସେ ଅଞ୍ଚଳରେ କୌଣସି ଝିଅ ଜନ୍ମହୋଇ ନାହାନ୍ତି।

ସରକାରୀ ତଥ୍ୟ ଅନୁସାରେ, ଗତ ତିନି ମାସ ମଧ୍ୟରେ ଜିଲ୍ଲାର ୧୩୨ଟି ଗ୍ରାମରେ ୨୧୬ ଜଣ ପିଲା ଜନ୍ମ ହୋଇଛନ୍ତି। କିନ୍ତୁ, ନବଜାତକମାନଙ୍କ ମଧ୍ୟରେ ଜଣେ ହେଲେ ଝିଅ ନ ଥିବା ଜାଣି ଜିଲ୍ଲା ପ୍ରଶାସନ ବିସ୍ମିତ ହୋଇପଡ଼ିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍‌ ଡକ୍ଟର ଆଶିଷ ଚୌହାନ କହନ୍ତି: ଝିଅ ସଂଖ୍ୟା ଶୂନ୍ୟ କିଂବା ଏକ ଅଙ୍କବିଶିଷ୍ଟ ଥିବା ଅଞ୍ଚଳଗୁଡ଼ିକୁ ଆମେ ଚିହ୍ନଟ କରିଛୁ। କ’ଣ ପାଇଁ ଅନୁପାତ ପ୍ରଭାବିତ ହେଉଛି ଜାଣିବାକୁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ଉପରେ ଦୃଷ୍ଟି ରଖିଛୁ। କାରଣ ଜାଣିବାକୁ ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ଓ ଅଧ୍ୟୟନ କରାଯିବ।

By amfnews

Related Post