110 Views
ଭୁବନେଶ୍ୱର : ରାଜଧାନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ସାଂଘାତିକ ରୂପ ଧାରଣ କରିଛି। ଗୋଟିଏ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଅପର ଗୋଷ୍ଠୀର ଜଣେ ଯୁବକ ଗୁରୁତର ହୋଇଛି। ।
IRC ଭିଲେଜ୍ ଅଞ୍ଚଳରେ ଜଣେ ଯୁବକଙ୍କୁ ଏଭଳି ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହାଣିଛନ୍ତି। ଗାଳିଗୁଲଜକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗୋଟିଏ ଗୋଷ୍ଠୀ ଯୁବକଙ୍କୁ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଛି। ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।