166 Views
ସମ୍ବଲପୁର , ସେପ୍ଟେମ୍ବର ୩ :
ପଶ୍ଟିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଘଂଟ ହେବ । ଅପରାହ୍ନ ୪ ଟାରେ ବ୍ରାହ୍ମଣ ମହାସଭା ଦ୍ୱାରା ଏହି ଗଣପର୍ବର ଲଗ୍ନ ନିର୍ଘଂଟ ହେବାର ସୂଚନା ମିଳିଛି । ଝାଡୁଆପଦା ସ୍ଥିତ ବରହମପୁରା ମନ୍ଦିରରେ ପଣ୍ଡିତ ମହାସଭା ପାଂଜି ଦେଖି ଲଗ୍ନ ନିର୍ଘଂଟ ନେଇ ନିଷ୍ପତି ନେବେ। ନବାନ୍ନ ଲାଗି ନେଇ ଲଗ୍ନ ନିର୍ଘଂଟ ହେବା ପରେ ସମଲେଶ୍ୱରୀ ଟ୍ରଷ୍ଟବୋର୍ଡକୁ ଏ ନେଇ ଲିଖିତ ଭାବରେ ସୂଚନା ଦିଆଯିବ । ପଶ୍ଟିମ ଓଡିଶାର ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀରର ପାଟଣେଶ୍ୱରୀ ଓ କଳାହାଣ୍ଡିର ମାଣିକେଶ୍ୱରୀ ମନ୍ଦିରରେ ନୂଆଖାଇ ପର୍ବ ପାଇଁ ଆଜି ଅପରାହ୍ନରେ ପଣ୍ଡିତ ମହାସଭା ଶୁଭ ବେଳାକୁ ନେଇ ଲଗ୍ନ ନିର୍ଦ୍ଧାରଣ କରିବେ।