Fri. Dec 27th, 2024

ଗଣତନ୍ତ୍ର ଦିବସ ପାଇଁ ଆଜିଠୁ ପରେଡ ରିହର୍ସଲ, ଦିଲ୍ଲୀରେ ଏହି ରାସ୍ତାରେ ଟ୍ରାଫିକ କଟକଣା

By amfnews Jan 17, 2021 #Featured
142 Views

ନୂଆଦିଲ୍ଲୀ, ଜାନୁଆରୀ ୧୭ : ଗଣତନ୍ତ୍ର ଦିବସ ପରେଡ ପାଇଁ ଆଜିଠାରୁ ରିହର୍ସଲ ଆରମ୍ଭ ହେଉଛି । ଏନେଇ ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ପରାମର୍ଶମୂଳକ ସୂଚନା ଜାରି କରିଛି । କିନ୍ତୁ କରୋନା ଭାଇରସ ମହାମାରୀ କାରଣରୁ ପରେଡର ରୁଟ ଛୋଟ କରି ଦିଆଯାଇଛି । କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ରିହର୍ସଲ ସମୟରେ କିଛି ରୁଟରେ ଟ୍ରାଫିକ ପରିବର୍ତ୍ତନ କରାଯାଇଛି ।  

ଜଏଣ୍ଟ କମିଶନର (ଟ୍ରାଫିକ) ମନୀଷ କୁମାର ଅଗ୍ରୱାଲ କହିଛନ୍ତି ସାଧାରଣତନ୍ତ୍ର ଦିବସ ପରେଡର ରିହର୍ସଲ ଜାନୁଆରୀ ୧୭, ୧୮, ୨୦ ଓ ୨୧ରେ ଅନୁଷ୍ଠିତ ହେବ । ଏହା ବିଜୟ ଛକରୁ ଇଣ୍ଡିଆ ଗେଟ ମଧ୍ୟରେ କରାଯିବ । ଏହାକୁ ଦୃଷ୍ଟିରେ ରଖି ମାନିସିଂହ ରୋଡ, ଜନପଥ ଓ ରଫି ମାର୍ଗରୁ ରାଜପଥ ଓ ବିଜୟ ଛକ ଏବଂ ଇଣ୍ଡିଆ ଗେଟ ସର୍କଲରେ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ । ଏହି ସମୟରେ ମାନସିଂହ ରୋଡ, ଜନପଥ ଓ ରଫି ମାର୍ଗରୁ ରାଜପଥ ଏବଂ ବିଜୟ ଛକ ଓ ଇଣ୍ଡିଆ ଗେଟ ସର୍କଲ ଦେଇ ଲୋକେ ଯାତାୟତ ନକଲେ ଭଲ । 

ପରେଡ ରିହର୍ସଲ ସମୟରେ ଲୋକଙ୍କୁ ଟ୍ରାଫିକ କଂଜେକଶନ ଅଥବା ଭୀଡର ସମ୍ମୁଖୀନ ହୋଇପାରନ୍ତି । ତେଣୁ ପୋଲିସ ଜନସାଧାରଣଙ୍କ ନିକଟରେ ଅପିଲ କରିଛି ଯେ, ଲୋକେ ମେଟ୍ରୋ ଅଥବା ଡିଟିସି ବସରେ ଯାତ୍ରା କରନ୍ତୁ । ପୋଲିସ ନୂଆଦିଲ୍ଲୀ ଓ ପୁରୁଣା ଦିଲ୍ଲୀ ଯାଉଥିବା ଲୋକଙ୍କୁ ଅତିରିକ୍ତ ସମୟ ନେଇ ବାହାରିବାକୁ ପରାମର୍ଶ ଦେଇଛି । 

କରୋନା ଭାଇରସ ମହାମାରୀ କାରଣରୁ ଚଳିତ ଥର ପରେଡ ସ୍ଥଳ ୮.୨ କିଲୋମିଟରରୁ ୩.୩ କିଲୋମିଟର କରି ଦିଆଯାଇଛି । ଏଥର ମାତ୍ର ୨୫ ହଜାର ଲୋକ ସମାରୋହରେ ଉପସ୍ଥିତ ରହିବେ । ପୂର୍ବରୁ ଏହି ସଂଖ୍ୟା ୧ ଲକ୍ଷ ୧୫ ହଜାର ରହୁଥିଲା । 

By amfnews

Related Post