Sun. Mar 8th, 2026

ଗଛରେ ପିଟି ହେଲା କାର୍; ଜଣେ ମୃତ

193 Views

ପାରଳାଖେମୁଣ୍ଡି  : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ନାବଡ଼ା ନିକଟରେ ଏକ କାର୍‌ ଗଛରେ ପିଟି ହେବାରୁ  ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଅନୀଲ। ଆହତ ଯୁବକଙ୍କ ନାଁ ଅବ୍‌ଦୁଲ। ଉଭୟଙ୍କ ଘର ପାରଳାଖେମୁଣ୍ଡିରେ।

ଗତକାଲି ବିଳମ୍ୱିତ ରାତିରେ ଅନୀଲ ଓ ଅବ୍‌ଦୁଲ କାର୍‌ ଯୋଗେ ଗୁଣପୁରରୁ ଫେରୁଥିବା ବେଳେ ନାବଡ଼ା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଅନୀଲଙ୍କ ମୃତ୍ୟୁ ଘଟିଥିଲା। ଆହତ ଅବଦୁଲ୍‌ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଶୀନଗର ଥାନା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post