Mon. Jan 13th, 2025

ଗଛ କଟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ଉତ୍ତର: ଜଙ୍ଗଲ ଜମି ନୁହେଁ-ପତିତ ଜମି, ନିରପେକ୍ଷ ତଦନ୍ତ ଦାବି କଲେ ନରସିଂହ

By amfnews Nov 24, 2018 #Featured
186 Views

ଭୁବନେଶ୍ୱର, ନଭେମ୍ବର ୨୪: ମଦ ଫ୍ୟାକ୍ଟ୍ରି ପାଇଁ ଝିଙ୍କକରଡିହି ଜଙ୍ଗଲକୁ ଧ୍ୱଂସ କରିବା ପରେ ହରଡ଼ଘଣାରେ ପଡ଼ିଥିବା ରାଜ୍ୟ ସରକାର ଆଜି ବିଧାନସଭା ଗୃହରେ ସ୍ପଷ୍ଟୀକରଣ ଦେଇଛନ୍ତି । ଢେଙ୍କାନାଳ ବଳରାମପୁରରେ ଶିଳ୍ପାନୁଷ୍ଠାନ ହାତକୁ ଟେକି ଦିଆଯାଇଥିବା ୬୨.୬୯ ଏକର ଜମି ଜଙ୍ଗଲ କିସମର ନୁହେଁ ବରଂ ପତିତ ଜମି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବିରୋଧୀ ଦଳକୁ ସନ୍ତୁଷ୍ଟ କରିପାରିନ ନାହିଁ । ଠିକାଦାର, ଇଡ଼୍‌କୋ, ଜଙ୍ଗଲ ବିଭାଗ ଓ କମ୍ପାନୀ ମଧ୍ୟରେ ଏହା ଏକ ମଧୁଚନ୍ଦ୍ରିକା ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କଡ଼ା ଭର୍ତ୍ସନା କରିଛନ୍ତି ।

ବଳରାମପୁରରେ ଗଛ କଟା ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଗତ କରିଥିଲା । ଏହାର ପ୍ରସଙ୍ଗ ରହିଥିଲା ‘ମଦ କମ୍ପାନୀର ସ୍ୱାର୍ଥ ଓ ସୁରକ୍ଷା ପାଇଁ ପ୍ରଶାସନ ଓ ପୋଲିସର ମିଳିତ ପ୍ରୋତ୍ସାହନରେ ଢେଙ୍କାନାଳ ବଳରାମପୁରରେ ବ୍ୟାପକ ଗଛ କଟା’  ।

ପାଇଁ ୬୨.୬୯ ଏକର ଜମି ଦିଆଯାଇଛି । ଯାହାକି ଜଙ୍ଗଲ ଜମି ନୁହେଁ ବରଂ ପତିତ ଜମି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଥିରୁ ୧୨.୦୫ ଏକର ଜମି ପି ଆଣ୍ଡ ଏ ବଟଲର୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ବିୟର ଫ୍ୟାକ୍ଟ୍ରି ପାଇଁ ଇଡ଼୍‌କୋ ଅନୁମତି ପ୍ରଦାନ କରିଛି । ଯାହାକି ଡିଏଲ୍‌ସି ତାଲିକା ଅନ୍ତର୍ଭୁକ୍ତ ନୁହେଁ । ଏଥିପାଇଁ ଇଡ୍‌କୋ ସିଜିଏମ୍‌ ଜୁନ୍‌ ୩୦ ତାରିଖରେ ବନଖଣ୍ଡ ଅଧିକାରୀଙ୍କୁ ଅନୁମତି ମାଗିଥିବାବେଳେ ଅଗଷ୍ଟ ୨୪ରେ ଡିଏଫ୍‌ଓ ଅନୁମିତ ପ୍ରଦାନ କରିଥିଲେ । ସେହି ଜମିରୁ ୧୦.୫୯ ଏକର ଜମିରୁ ଗଛ କଟାଯାଇଛି । ସେଠାରେ ମୋଟ ୯୫୬ଟି ଛୋଟବଡ଼ ଗଛ ରହିଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଦଳ ନେତା ନିଜର ଅସନ୍ତୁଷ୍ଟ ପ୍ରକାଶ କରି କହିଥିଲେ ଯେ ବିଭାଗୀୟ ମନ୍ତ୍ରୀ ଗୃହକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ମନ୍ତ୍ରୀ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚାହୁଁଛନ୍ତି । କେନ୍ଦ୍ରର ବିନା ଅନୁମୋଦନରେ ରାଜ୍ୟ ସରକାର ଗଛ କାଟି ପାରିବେ ନାହିଁ । ଇଡ଼୍‌କୋ, ଠିକାଦାର, ଜଙ୍ଗଲ ବିଭାଗ ଓ କମ୍ପାନୀ ମଧ୍ୟରେ ଏହା ଏକ ମଧୁଚନ୍ଦ୍ରିକା ବୋଲି ନରସିଂହ ମିଶ୍ର କହିଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ଉପଯୁକ୍ତ ତଦନ୍ତ କରି ସଂପୃକ୍ତ ଅଂଚଳରେ ପୁନଃ ବୃକ୍ଷରୋପଣ କରିବାକୁ ସେ ଗୃହରେ ଦାବି କରିଛନ୍ତି । ଏହା ସହିତ ଗଛ କଟା ସମୟରେ ଯେଉଁ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ତାହାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ସେ ଦାବି କରିଛନ୍ତି ।

By amfnews

Related Post