Sun. Mar 8th, 2026

ଗଙ୍ଗାକୁ ଡେଇଁ ଜଣଙ୍କ ଜୀବନ ବଞ୍ଚାଇଲେ ପୁଲିସ୍‌ ବାବୁ, ଦେଖନ୍ତୁ ଭିଡିଓ

201 Views

ହରିଦ୍ୱାର: ଗଙ୍ଗାର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜଣେ ପୁଲିସ୍‌ ଅଫିସର ନିଜ ସାହସର ପରିଚୟ ଦେଇଛନ୍ତି। ଉତ୍ତରାଖଣ୍ଡ ପୁଲିସ୍‌ ପକ୍ଷରୁ ଏହି ଉଦ୍ଧାର ବେଳର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି।

ହରିଆଣାର ବିଶାଲ ନାମକ ଜଣେ ବ୍ୟକ୍ତି ହରିଦ୍ୱାର ଘାଟରେ ବୁଡ଼ ପକାଉଥିଲେ। ତେବେ ଏହି ସମୟରେ ତାଙ୍କର ଗୋଡ଼ ଖସି ଯିବାରୁ ସେ ଗଙ୍ଗାର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

ତେବେ ଏହି ସମୟରେ ସନ୍ନି ନାମକ ପୁଲିସ୍‌ ଅଫିସର ଗଙ୍ଗା ନଦୀ ମଧ୍ୟକୁ ଲମ୍ଫ ମାରି ବିଶାଲଙ୍କୁ ଉଦ୍ଧାର କରିଥିଲେ। ସେ ପାଣିରେ ପହଁରି ବିଶାଲଙ୍କୁ କାବୁ କରିବା ପରେ ତାଙ୍କୁ ଧରି କୂଳକୁ ଫେରିଥିଲେ।

By amfnews

Related Post