Sat. Mar 7th, 2026

ଖୁବ୍‌ କମ୍‌ ଦାମରେ ଓଏଲ୍‌ଏକ୍ସରେ ଉପଲବ୍ଧ ଦେଲା ବିଗ୍‌ ବିଙ୍କ ମର୍‌ସିଜିଡ୍‌-ବେଞ୍ଜ-ଏସ୍‌-କ୍ଲାସ୍‌ କାର୍‌

154 Views

ମୁମ୍ବାଇ : ଯଦି ଆପଣ ବଲିଉଡ୍‌ର ଖବର ରଖୁଥିବେ ତେବେ ଏକଥା ନିଶ୍ଚୟ ଜାଣିଥିଲେ ବିଗ୍‌ ବି ଅମିତାଭ ବଚ୍ଚନଙ୍କର ନୂଆ ନୂଆ କାର୍‌ ସଂଗ୍ରହ କରିବାରେ ବିଶେଷ ସଉକ ରହିଛି। ଏକଥା ବି ଆପଣ ଜାଣିଥିବେ ଯେ କେଉଁ ପାର୍ଟି ଉତ୍ସବକୁ ବିଗ୍‌ ବି ଗଲେ ଲୋକେ ତାଙ୍କ କାର୍‌କୁ ଘୂରି ଘୂରି ଦେଖିଥାନ୍ତି।

ତେବେ, ଏକ ସାଧାରଣ ଦରରେ ଯଦି ଆପଣଙ୍କୁ ଅମିତାଭଙ୍କର ଏକ ଗାଡ଼ି ବିକ୍ରି କରାଯାଏ ତ ଆପଣଙ୍କୁ କିପରି ଅନୁଭବ ହେବ। ବିଗ୍‌ ବିଙ୍କ ଫ୍ୟାନ୍ସଙ୍କୁ ପୁରୁଣା ଜିନିଷ ବିକ୍ରି କରୁଥିବା ସାଇଟ୍‌ ଓଏଲ୍‌ଏକ୍ସରେ ଖୁସି କରିବା ପରି ଏକ ବିଜ୍ଞାପନ ଦେଖିବାକୁ ମିଳିଛି। ଓଏଲ୍‌ଏକ୍ସରେ ବିଗ୍‌ ବିଙ୍କ ପୁରୁଣା ମର୍‌ସିଜିଡ୍‌-ବେଞ୍ଜ-ଏସ୍‌-କ୍ଲାସ୍‌ ମାତ୍ର ୯.୯୯ ଲକ୍ଷ ଟଙ୍କାରେ ମିଳୁଛି ବୋଲି ଉଲ୍ଲେଖ କରାଯାଇଛି।

ବିଗ୍‌ ବିଙ୍କର ଏହି ଗାଡ଼ିଟିକୁ ଏବେ ତୃତୀୟ ମାଲିକ ବିକ୍ରି କରୁଥିବା କାରଣରୁ ଦର କମ୍‌ ଏକ କାରଣ ହୋଇପାରେ। ପୂର୍ବରୁ ଏହି ଗାଡ଼ିଟିକୁ ଦୁଇ ଦୁଇ ଜଣ କିଣି ବ୍ୟବହାର କରି ସାରିଛନ୍ତି। ସମାନ ରଂଗ ଓ ସମାନ ରେଜିଷ୍ଟ୍ରେସନ ଥିବା ବିଗ୍‌ ବିଙ୍କର ଏହି କାର୍‌ରେ ପୂର୍ବରୁ ଅନେକ ଥର ବଚ୍ଚନ ପରିବାରଙ୍କୁ ଦେଖିବାକୁ ମିଳିଛି। ଗାଡ଼ିଟି ହେଉଛି ୨୦୦୭ ମସିହାର ମଡେଲ୍‌। ଗାଡ଼ିଟି ସମୁଦାୟ ୫୫ ହଜାର କିଲୋମିଟର ଚାଲିଛି ବୋଲି ଓଏଲ୍‌ଏକ୍ସରେ ଉଲ୍ଲେଖ କରାଯାଇଛି।

By amfnews

Related Post