192 Views
ଆଳି, ଅକ୍ଟୋବର ୨୪:ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଅଭିଯୋଗ । କେନ୍ଦ୍ରାପଡା ଆଳିର ଏକ ସଭାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।
ସୂଚନାନୁସାରେ ଆଳିରେ ଏକ ସଭାରେ ଶ୍ରୀ ଶ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଭାଷଣ ଦେଉଥିଲେ । ସେହି ସମୟରେ କେତେକ ଦୁର୍ବୃତ ତାଙ୍କୁ ଆକ୍ରମଣ କରିବା ସହ ବେକ ଧରି ଘୋଷାଡି ଥିବା ଅଭିଯୋଗ ହୋଇଛି । ଏପରି କି ସଭାରୁ ଉଠି ନଗଲେ ତାଙ୍କୁ ହାଣିବାକୁ ମଧ୍ୟ ଧମକ ଦିଆ ଯାଇଥିବା ଶ୍ରୀ ସ୍ୱାଇଁ କହିଛନ୍ତି ।
ଏତତ୍ ବ୍ୟତୀତ ସଭାରେ ସଭାପତିତ୍ୱ କରୁଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଛି । ଶ୍ରୀ ସ୍ୱାଇଁଙ୍କର ୨ଜଣ ସହଯୋଗୀ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି । ଏହି ଅଘଟଣ ପରେ ଶ୍ରୀ ସ୍ୱାଇଁ ସଭାକୁ ଅଧାରୁ ବନ୍ଦ କରି ମଂଚ ପରିତ୍ୟାଗ କରିଥିଲେ । ଆହୁରି ମଧ୍ୟ ସାଂସଦ ପ୍ରତାପ ଦେବଙ୍କ ପ୍ରରୋଚନାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।