Sat. Mar 7th, 2026

ଖାନ୍‌ନଗରକୁ ଉଠିବ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

198 Views

କଟକ : ଖାନ୍‌ନଗର ନିକଟକୁ ଘୁଞ୍ଚିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ। ବିଶ୍ୱନାଥ ପାଠାଗାର ନିକଟସ୍ଥ ୩୦ ଏକର ଜମିକୁ ଏହି ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ‌ଆଜି ସକାଳେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନଙ୍କ କଟକ ଗସ୍ତ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ।

ସେ ଆହୁରି କହିଛନ୍ତି ଯେ ଅନୁଗୋଳ-ପୁରୀ ବସ୍‌ଷ୍ଟାଣ୍ଡକୁ ନବୀକରଣ କରାଯାଇ ‌ଆଗାମୀ ଦିନରେ ବ୍ୟବସ୍ଥିତ କରାଯିବ। ସେଠାରେ ଖାଲି ପଡ଼ିଥିବା ଜମିକୁ ସଂପ୍ରସାରଣ କରାଯିବ। ଏହାଛଡ଼ା ଗୋପାଳପୁରରେ ବସ୍ ପାର୍କିଂ ପାଇଁ ଉନ୍ନତ ବ୍ୟବସ୍ଥା କରାଯିବ।

 

ଆଜି ସକାଳେ କଟକରେ ପହଞ୍ଚି ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଥିଲେ ଫାଇଭ୍-ଟି ସଚିବ ଭି. କେ.ପାଣ୍ଡିଆନ୍। ପ୍ରଥମେ ସେ ବାଦାମବାଡ଼ିରେ ପହଞ୍ଚି ବସଷ୍ଟାଣ୍ଡ ବୁଲି ଦେଖିଥିଲେ। ଏହାପରେ ଅନୁଗୋଳ ବସଷ୍ଟାଣ୍ଡ ଓ ସେସୁ କଲୋନି ବୁଲିଥିଲେ। ପରେ ରାଣୀହାଟ ଆସି ହିନ୍ଦ୍ ସିନେମା ରୋଡ୍‌ ଓ ତାଳଦଣ୍ଡା କେନାଲ ରୋଡ୍‌ରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ।

ପାଣ୍ଡିଆନଙ୍କ ସହିତ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, ଜିଲ୍ଲାପାଳ ଭବାନୀ ଚୟନୀ, କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ କଟକ ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post