Tue. Dec 24th, 2024

ଖସୁଛି ପାରଦ ବଢୁଛି ଶୀତ, 15 ଡିଗ୍ରୀ ତଳେ 9 ସହର

By amfnews Nov 27, 2020 #Featured
217 Views

ଭୁବନେଶ୍ୱର, ନଭେମ୍ବର 27 :  ରାଜ୍ୟରେ ପାରଦ ଖସୁଛି ଶୀତ ବଢୁଛି । ଆଜି ପ୍ରବଳ ଶୀତ ଅନୁଭୂତ ହୋଇଛି । ଶୀତ ସହ ବାତ୍ୟା ‘ନିଭାର’ ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ପାଗ ଯୋଗୁଁ ଅଧିକ ଥଣ୍ଡା ଅନୁଭୂତ ହେଉଛି ।  ରାଜ୍ୟର ୯ ସହର ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ରେକର୍ଡ ହୋଇଛି । 

ରାତ୍ରି ସମୟରେ ଦାରିଙ୍ଗବାଡ଼ିର ସର୍ବନିମ୍ନ  ତାପମାତ୍ରା ୧୦ ଡିଗ୍ରୀକୁ ଖସିଛି । ଏଥିସହ ସୋନପୁର ୧୨.୬ ଡିଗ୍ରୀ, ଫୁଲବାଣୀ ଓ ଅନୁଗୁଳ ୧୪.୦ ଡିଗ୍ରୀ, ବଲାଙ୍ଗୀର ୧୪.୫ଡିଗ୍ରୀ, ତାଳଚେର ୧୪.୩ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୪ ଡିଗ୍ରୀ ଓ ବାରିପଦା ୧୪.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିବା ଜଣାପଡ଼ିଛି ।

ବାତ୍ୟା ‘ନିଭାର’ର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ,  କିନ୍ତୁ  ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସବୁଆଡ଼େ ପାଗ ମେଘୁଆ ରହିଛି । ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଅଂଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟରେ ପାଗ ମେଘୁଆ ରହିବ । ଫଳରେ ରାତ୍ରି ତାପମାତ୍ରା ଆସନ୍ତା ୨୪ ଘଣ୍ଟାରେ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ  ବଢ଼ିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

By amfnews

Related Post