Sat. Nov 2nd, 2024

ଖସିଲା ‘ଜୋମାଟୋ’ର ରେଟିଂ: ୪ ଷ୍ଟାର୍‌-୫ ଷ୍ଟାର୍‌ ପାଉଥିବା କମ୍ପାନିକୁ ୧ ଷ୍ଟାର୍‌ ଦେଲେ ଗ୍ରାହକ

By amfnews Aug 2, 2019 #Featured
87 Views

ନୂଆଦିଲ୍ଲୀ   :   ଫୁଡ୍‌ ଡେଲିଭରିଂ କମ୍ପାନି ‘ଜୋମାଟୋ’ର ଧର୍ମ ବିବାଦକୁ ଦୁଇ ଦିନ ହୋଇଗଲା। କେହି କେହି ଏହି ବିବାଦରେ ‘ଜୋମାଟୋ’କୁ ସମର୍ଥନ କରିଥିବା ବେଳେ ଆଉ କେହି ‘ଜୋମାଟୋ’ ବିପକ୍ଷରେ ମତ ରଖିଛନ୍ତି। ତେବେ, ଏହି ଦୁଇ ଦିନ ମଧ୍ୟରେ ‘ଜୋମାଟୋ’ର ରେଟିଂକୁ ନେଇ ଅନେକ ପରିବର୍ତ୍ତନ ଆସିଛି। ପୂର୍ବରୁ ଗ୍ରାହକମାନେ କମ୍ପାନିର ସେବା ପାଇଁ ୪ ଷ୍ଟାର୍‌ ଓ ୫ ଷ୍ଟାର୍‌ ଦେଉଥିବା ବେଳେ ଏବେ ୧ ଷ୍ଟାର୍‌ ଦେବା ଆରମ୍ଭ କଲେଣି। ମାତ୍ର ଦୁଇ ଦିନ ଭିତରେ ‘ଜୋମାଟୋ’ର ଲୋକପ୍ରିୟତା ବିପୁଳ ମାତ୍ରାରେ ହାସ୍ର ପାଇଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ଜଣେ ହିନ୍ଦୁ ବ୍ୟକ୍ତି ତାଙ୍କ ଟ୍ଵିଟ୍‌ରେ ଲେଖିଥିଲେ ଯେ ‘ମୁଁ ‘ଜୋମାଟୋ’ରୁ ଖାଦ୍ୟ ବରାଦ କରିଥିଲି। ମାତ୍ର ଯେତେବେଳେ ମୁଁ ଜାଣିବାକୁ ପାଇଲି ଡେଲିଭରି ବୟ ଜଣେ ମୁସଲ୍‌ମାନ ମୁଁ ତାହାକୁ ବାତିଲ୍‌ କରିଦେଲି। ଶ୍ରାବଣ ମାସରେ ମୁଁ ଜଣେ ମୁସ୍‌ଲମାନ ହାତରୁ ଖାଦ୍ୟ ଗ୍ରହଣ କରିବାକୁ ଉଚିତ ମଣିଲି ନାହିଁ।’ଏହାର ଉତ୍ତରରେ ‘ଜୋମାଟୋ’ ପକ୍ଷରୁ କୁହାଯାଇଥିଲା ଯେ ‘ଖାଦ୍ୟର କୌଣସି ଧର୍ମ ନାହିଁ। ଖାଦ୍ୟ ହିଁ ଏକ ଧର୍ମ।’ ତା’ପରେ ସୋସିଆଲ୍‌ ମିଡିଆରେ ଏକ ରୀତିମତ ଲଢ଼େଇ ଚାଲିଛି। ଏହି ଘଟଣାକୁ ନେଇ କେହି କେହି ‘ଜୋମାଟୋ’କୁ ସମର୍ଥନ କରିଥିବା ବେଳେ ଅଧିକାଂଶ ଲୋକ ‘ଜୋମାଟୋ’ ବିପକ୍ଷରେ ମତ ରଖିଛନ୍ତି।

By amfnews

Related Post