Sat. Mar 14th, 2026

ଖରସୁଅରେ ଦୁଇ ସ୍କୁଲ୍‌ ବାଳିକାଙ୍କୁ କାନ୍ଧରେ ବସାଇ ଉଦ୍ଧାର କଲେ ପୁଲିସ

312 Views

ନୂଆଦଲ୍ଲୀ : ଗୁଜରାଟର ମୋର୍ବି ଜିଲ୍ଲାର ତଙ୍କାରା ସହରରେ ନିଜ ଜୀବନକୁ ବିପନ୍ନ କରି ଜଣେ ପୁଲିସ କର୍ମଚାରୀ କାନ୍ଧରେ ଦୁଇ ଜଣ ବାଳିକାଙ୍କୁ ବସାଇ ଖରସୁଅ ଛୁଟିଥିବା ବନ୍ୟାପାଣିରେ ଚାଲି ଚାଲି ନିରାପଦ ସ୍ଥାନରେ ପହଞ୍ଚାଇଥିବାର ଭିଡିଓ ଭାଇରାଲ୍‌ ହୋଇଛି।

ପାଞ୍ଚଘଣ୍ଟା ଧରି ଅତି ପ୍ରବଳ ବର୍ଷା ହେବାରୁ କଲ୍ୟାଣପୁର ସ୍କୁଲ୍‌ର ପିଲାମାନେ ଅଟକି ରହିଯାଇଥିଲେ। ପାଣି ଘେରିଥିବା ସ୍କୁଲ୍‌ ମଧ୍ୟରେ ୪୩ ଜଣ ପିଲା ରହିଯାଇଥିବାରୁ ଚିନ୍ତିତ ସ୍କୁଲ୍‌ ପ୍ରଶାସନ ପୁଲିସ ସହଯୋଗ ଲୋଡ଼ିଥିଲା। ଏଡାଛଡ଼ା ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ମଧ୍ୟ ସ୍କୁଲ୍‌ କର୍ତ୍ତୃପକ୍ଷ ଖବର ଦେଇଥିଲେ।

କିନ୍ତୁ ସୁଅ ଏତେ ଖର ଥିଲା ଯେ ଡଙ୍ଗାରେ ପିଲାମାନଙ୍କୁ ଉଦ୍ଧାର କରିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପକ୍ଷରେ ସମ୍ଭବ ନ ଥିଲା। ତେଣୁ ଗୁଜରାଟ ପୁଲିସ ଦାୟିତ୍ୱ ଗ୍ରହଣ କରି ଗୋଟିଏ ପରେ ଗୋଟିଏ ଜଳବନ୍ଦୀ ପିଲାଙ୍କୁ ଉଦ୍ଧାର କରିଥିଲା।

Dr. Shamsher Singh IPS

@Shamsher_IPS

हमारे कंधे , आपकी सुरक्षा

Heroic work by Cop Prithviraj sinh Jadeja in Morbi

@gujaratpolice_ @gujaratpolice_ @InfoGujarat @pradipsinhguj @ipsassociation

Näytä kuva Twitterissä

Dr. Shamsher Singh IPS

@Shamsher_IPS

Video clip of rescue work

By amfnews

Related Post