Wed. Nov 6th, 2024

କଡ଼ାସୁରକ୍ଷା ମଧ୍ୟରେ ଲଖନଉ ବାହାରିଲେ ହାଥରସ ପୀଡ଼ିତାଙ୍କ ପରିବାର, ଆଜି ହାଇକୋର୍ଟରେ ଶୁଣାଣୀ

By amfnews Oct 12, 2020 #Featured
136 Views

ହାଥରସ/ଲଖନଉ, ଅକ୍ଟୋବର ୧୨ : କଡ଼ା ସୁରକ୍ଷା ମଧ୍ୟରେ ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକେ ଉତ୍ତର ପ୍ରଦେଶର ରାଜଧାନୀ ଲଖନଉ ଯାଇଛନ୍ତି । ଆଜି ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ଏହି ମାମଲାରେ ଶୁଣାଣୀ ହେବ । ପରିବାର ସଦସ୍ୟ ଆଜି ସକାଳୁ ପୋଲିସ ଓ ପ୍ରଶାସନିନକ ଅଧିକାରୀଙ୍କ ସହିତ ଲଖନଉ ଯାଇଛନ୍ତି ।

ଏସଡିଏମ ଅଂଜଳି ଗଙ୍ଗୱାର କହିଛନ୍ତି, ସେ ନିଜେ ପରିବାର ଲୋକଙ୍କ ସହିତ ଯାଉଛନ୍ତି । ସୁରକ୍ଷା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଓ ଏସପି ମଧ୍ୟ ସାଥୀରେ ରହିବେ । କୋର୍ଟରେ ସଂପର୍କୀୟମାନେ ଏହି ମାମଲାରେ ନିଜର ବୟାନ ଦେବେ । ସୂଚନା ଅନୁସାରେ ପୀଡିତାଙ୍କ ପିତା, ମାତା, ଭାଇ ସମେତ ମୋଟ ୫ ଜଣଙ୍କର ବୟାନ ରେକର୍ଡ ହେବ ।

ପୋଲିସ ଯୋଜନା କରିଥିଲା ଯେ ପୀଡ଼ିତ ପରିବାରକୁ ରବିବାର ରାତିରେ ନେଇକି ଯିବ । କିନ୍ତୁ ପରିବାର ଲୋକେ ରାତିରେ ଯିବାକୁ ମନା କରିଦେଇଥିଲେ । ଅନ୍ୟପଟରେ ହାଇକୋର୍ଟ ହାଥରସ ଘଟଣାକୁ ଗୁରତର ସହିତ ହାତକୁ ନେଇଛନ୍ତି । ଏ ନେଇ କୋର୍ଟ ପ୍ରମୁଖ ସଚିବ (ଗୃହ), ଡିଜିପି, ଏସପି ଓ ଡିଏମଙ୍କୁ ନୋଟିସ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୪ ତାରିଖରେ ହାଥରସ ଜିଲ୍ଲାର ଚନ୍ଦପା ଅଂଚଳରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ଯୁବତୀଙ୍କୁ ପ୍ରଥମେ ଆଲିଗଡ଼ସ୍ଥିତ ଜବାହରଲାଲ ନେହରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦିଲ୍ଲୀର ସଫଦରଗଂଜ ହସ୍ପିଟାଲ ସ୍ଥାନାନ୍ତରଣ କରାଯାଇଥିଲା । ସେପ୍ଟେମ୍ବର ୨୯ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଦେଶବ୍ୟାପୀ ଉତ୍ତେଜନା ଦେଖାଯାଇଥିଲା । ପୀଡ଼ିତାଙ୍କ ଗାଁରେ ୧୪୪ ଧାରା ଜାରି କରାଯାଇଥିଲା ।

By amfnews

Related Post