Sat. Mar 7th, 2026

କ୍ୱାରେଣ୍ଟାଇନରେ ରହିଲେ କେରଳରୁ ଫେରିଥିବା ୯ ଦାଦନ ଶ୍ରମିକ

191 Views

ରାୟଗଡ଼ା : କେରଳରୁ ଫେରିଥିବା ୯ ଦାଦନ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ରାୟଗଡାର ଏକ ଲଜ୍‌ରେ କେରଳରୁ ଫେରିଥିବା କିଛି ଦାଦନ ଶ୍ରମିକ ରହୁଥିବା ଖବର ପାଇ ଗତକାଲି ରାତିରେ ସ୍ୱତନ୍ତ୍ର କରୋନା ସ୍କାର୍ଡ ପକ୍ଷରୁ ଚଢଉ କରାଯାଇଥିଲା। ଦାଦନ ଶ୍ରମିକମାନେ କେରଳର କେଉଁ ଅଞ୍ଚଳକୁ ଯାଇଥିଲେ କାହା ସହ ମିଶିଥିଲେ ସେ ନେଇ ପଚରାଉଚରା କରାଯାଇଥିଲା ।

ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସେହି ଲଜ୍‌ରେ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ରାୟଗଡା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି।

By amfnews

Related Post