Sun. Mar 8th, 2026

କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି

158 Views

ବାଲେଶ୍ୱର :  ପ୍ରଭୁ ଶ୍ରୀକୃଷ୍ଣଙ୍କ ଧରାପୃଷ୍ଠ ଆଗମନକୁ ଜନ୍ମାଷ୍ଟମୀ ରୂପେ ପାଳନ ନିମନ୍ତେ ପୁରପଲ୍ଲୀ ସବୁଠି ଉତ୍ସବମୁଖର। ଏଥିଲାଗି ସବୁ ମନ୍ଦିରକୁ ବିଭିନ୍ନ ପ୍ରକାର ଫୁଲ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ପ୍ରଭୁଙ୍କ ଦର୍ଶନ ନିମନ୍ତେ ସବୁଠି ଭକ୍ତଙ୍କ ଲମ୍ବା ଲାଇନ।

ବାଲେଶ୍ୱର ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ମଧ୍ୟ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଏଠାରେ ଏକାସାଙ୍ଗରେ ଭଗବାନ ଶ୍ରୀକୃଷ୍ଣଙ୍କ ତିନି ବିଗ୍ରହ ଗୋବିନ୍ଦ, ଗୋପୀନାଥ ଓ ମଦନମୋହନ ପୂଜା ପାଉଥିବା ଜଣାଯାଇଛି। ଏହି ତିନି ବିଗ୍ରହଙ୍କୁ ଶ୍ରୀରାମଚନ୍ଦ୍ର ଆବାହନ କରି ଚିତ୍ରକୂଟ ପର୍ବତରେ ପୂଜା କରିଥିଲେ ।

ପରେ ପୁରୀ ରାଜା ଲାଙ୍ଗୁଳା ନରସିଂହଦେବ ଏହି ତିନି ବିଗ୍ରହଙ୍କୁ ଚିତ୍ରକୂଟରୁ ଆଣି ରେମୁଣାରେ ପ୍ରତିଷ୍ଠା କରିଥିଲେ । ଶ୍ରୀକୃଷ୍ଣ ଏଠାରେ କ୍ଷୀରା ଚୋରି କରି ଖାଇଥିବାରୁ ଏହି ସ୍ଥାନ କ୍ଷୀରଚୋରା ଗୋପୀନାଥ ନାମରେ ପ୍ରସିଦ୍ଧ ।

By amfnews

Related Post