Sun. Jan 12th, 2025

କ୍ଷମତାକୁ ଆସିଲେ ଆମର ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟାରୁ ୧୮ ଘଣ୍ଟା କାମ କରିବେ: ରାହୁଲ ଗାନ୍ଧୀ

By amfnews Oct 26, 2018 #Featured
135 Views

ନୂଆଦିଲ୍ଲୀ, ଅକ୍ଟେ।ବର୨୫:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ରାଜସ୍ଥାନର ସିକରରେ ‘ସଂକଳ୍ପ ମହାରାଲି’କୁ ସମ୍ବୋଧିତ କରି କହିଛନ୍ତି ଯେ ରାଜ୍ୟରେ ହେବାକୁ ଥିବା କଂଗ୍ରେସ ସରକାର ଚାଷୀଙ୍କ ସରକାର ହେବ। ଯଦି ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସେ ତେବେ ତାଙ୍କ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟାରୁ ୧୮ ଘଣ୍ଟା ସମୟ ଯୁବକଙ୍କୁ ରୋଜଗାର ଦେବା ଦିଗରେ କାମ କରିବେ।

ରାହୁଲ କହିଛନ୍ତି ଯେ, ଚାଷୀଙ୍କ ସ୍ଵର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶୁଣିବାକୁ ମିଳିବ। କଂଗ୍ରେସ ସରକାରରେ ଚାଷୀ, ଛୋଟ ଦୋକାନୀ, ଯୁବକଙ୍କ ସ୍ଵର ଶୁଣିବାକୁ ମିଳିବ। ରାଜସ୍ଥାନର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସ ପାର୍ଟି ସରକାର ଖାଦ୍ୟ ଶସ୍ୟ ପାଇଁ କାରଖାନ ସ୍ଥାପନ କରିବ। ସେଠାରେ ଯୁବକଙ୍କୁ ରୋଜଗାର ମିଳିବ ଓ ରାଜସ୍ଥାନର ଚାଷୀ ନିଜର ଉତ୍ପାଦିତ ଶସ୍ୟକୁ ସିଧାସଳଖ ଉକ୍ତ କାରଖାନାକୁ ଯାଇ ବିକ୍ରି କରି ପାରିବେ।

୨୪ ଘଣ୍ଟାରୁ ୧୮ ଘଣ୍ଟା କାମ କରିବେ ଆମର ମୁଖ୍ୟମନ୍ତ୍ରୀ

କଂଗ୍ରେସ ଅଧ୍ୟକ୍ଷ ଏହା ମଧ୍ୟ କହିଛନ୍ତି ଯେ ଆମର ମୁଖ୍ୟମନ୍ତ୍ରୀ ଯୁବକଙ୍କୁ ରୋଜଗାର ଦେବା ପାଇଁ ୨୪ ଘଣ୍ଟାରୁ ୧୮ ଘଣ୍ଟା କାମ କରିବେ।  ଏଥିପାଇଁ ଆମେ ପୂରା ଦମର ସହିତ କାମ କରିବୁ। ରାଜ୍ୟରେ ବନ୍ଦ ପଡିଥିବା ୨୫ ହଜାର ସ୍କୁଲ ବିଷୟରେ ଉଲ୍ଲେଖ କରି ରାହୁଲ କହିଛନ୍ତି ଯେ ଆମେ ଆପଣଙ୍କ ପାଇଁ ଗୁଣବତ୍ତା ବିଶିଷ୍ଟ ସ୍କୁଲ, କଲେଜ, ବିଶ୍ଵ ବିଦ୍ୟାଳୟ ଖୋଲିବୁ। ଆମେ ରାଜସ୍ଥାନରେ ପ୍ରତି ଗରିବଙ୍କୁ ମାଗଣାରେ ପୁଣି ଥରେ ଔଷଧ ଦେବୁ।

ନୋଟବନ୍ଦୀକୁ ଭୁଲନ୍ତୁ ନାହିଁ

ରାହୁଲ ଜନତାଙ୍କୁ ସମ୍ଵୋଧିତ କରି କହିଛନ୍ତି ଯେ ନୋଟବନ୍ଦୀକୁ ଭୁଲନ୍ତୁ ନାହିଁ, କାରଣ ସେହି ଅର୍ଥକୁ ଆପଣଙ୍କର ପକେଟରୁ କାଢି ଅନିଲ ଅମ୍ବାନୀ, ନିରବ ମୋଦୀ ଓ ମେହୁଲ ଚୋକସିଙ୍କୁ ଦିଆଯାଇଛି। ଆଉ ସେହି ଅର୍ଥକୁ କଂଗ୍ରେସ ସରକାର ଆପଣଙ୍କ ପାଇଁ  ମନରେଗା, ସ୍କୁଲ ଓ କଲେଜ ନିର୍ମାଣ, ବିଶ୍ଵ ବିଦ୍ୟାଳୟ ସ୍ଥାପନ ଆଦି କାର୍ୟ୍ୟସରେ ଖର୍ଚ୍ଚ କରିବ। ଆପଣଙ୍କ ଝାଳବୁହା ଟଙ୍କା ଓ କୃଷକଙ୍କ ପରିଶ୍ରମର ଅର୍ଥକୁ ଉଦ୍ୟୋଗପତିଙ୍କୁ ଦେବୁ ନାହିଁ ବୋଲି ରାହୁଲ କହିଛନ୍ତି।

By amfnews

Related Post