Wed. Dec 25th, 2024

କ୍ରିକେଟ ବିଶ୍ବକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ: ବିରାଟ କୋହଲି ଅଧିନାୟକ, ରୋହିତ ଉପ-ଅଧିନାୟକ

By amfnews Apr 15, 2019 #Featured
227 Views

ମୁମ୍ବାଇ:  କ୍ରିକେଟ ବିଶ୍ବକପ  ପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍। ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ସେହିଭଳି ରୋହିତ ଶର୍ମା ଭାରତୀୟ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।

BCCI

@BCCI

India’s squad for the ICC announced: Virat Kohli (Capt), Rohit Sharma (vc), Shikhar Dhawan, KL Rahul, Vijay Shankar, MSD (wk), Kedar Jadhav, Dinesh Karthik, Yuzvendra Chahal, Kuldeep Yadav, Bhuvneshwar Kumar, Jasprit Bumrah, Hardik Pandya, Ravindra Jadeja, Mohd Shami

ଏହାଛଡା ଦଳରେ ମହେନ୍ଦ୍ର ସିଂହ ଧୋନି, ଶିଖର ଧୱନ, କେ ଏଲ ରାହୁଲ, ବିଜୟ ଶଙ୍କର, କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମିଙ୍କୁ ବିଶ୍ୱକପ ଲଢେଇ ପାଇଁ ମୈଦାନକୁ ଓହ୍ଲାଇଛି ବିସିସିଆଇ । ତେବେ ରିଷଭ ପନ୍ତଙ୍କୁ ବିଶ୍ୱକପ ଦଳରୁ ବାଦ ଦିଆଯାଇଛି । ସେହିଭଳି ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇନାହିଁ ।

By amfnews

Related Post