Mon. Mar 9th, 2026

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ୬ ଶିଶୁ ଅଜଣା ରୋଗରେ ଅସୁସ୍ଥ

196 Views

ଦଶମନ୍ତପୁର :  କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଅଜଣା ରୋଗର ଆତଙ୍କ। ପାଇକ ଫୁଲବେଡ଼ା ପଂଚାୟତ ଅନ୍ତର୍ଗତ ପଣ୍ଡସ ଗ୍ରାମରେ ରୋଗ ବ୍ୟାପୀ ୬ଜଣ ଶିଶୁ ଏବଂ ଜଣେ ମହିଳା ଅସୁସ୍ଥ ରହିଛନ୍ତି। ରୋଗ ଚିହ୍ନଟ ହୋଇ ନଥିବା ବେଳେ ସମସ୍ତଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ପଣ୍ଡସ ଗ୍ରାମର କିଛି ଶିଶୁ ଆଜି ସକାଳେ ହଠାତ୍ ଅସୁସ୍ଥ ହୋଇ ଯାଇଥିଲେ। ଜ୍ବରରେ ଆକ୍ରାନ୍ତ ହୋଇ ବାରମ୍ବାର ମୂର୍ଚ୍ଛା ହେଉଥିଲେ। ଅସୁସ୍ଥ ଶିଶୁଙ୍କର ବୟସ ୧ରୁ ୫ବର୍ଷ ମଧ୍ୟରେ ହେବ। ହଠାତ୍‌ ଏତେ ଶିଶୁ ଅସୁସ୍ଥ ହେଇ ପଡିବାରୁ ଗ୍ରାମବାସୀଙ୍କ ଚିନ୍ତା ବଢ଼ି ଯାଇଥିଲା। କେଉଁ କାରଣରୁ ପିଲାଟି ବାରମ୍ବାର ମୂର୍ଚ୍ଛା ହେଉଛନ୍ତି ଜାଣିନପାରି ମେଡିକାଲ ନେବା ବ୍ୟବସ୍ଥା କରିଥିଲେ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅସୁସ୍ଥ ଶିଶୁଙ୍କ ଚିକିତ୍ସା ଚାଲିଛି। ଚିକିତ୍ସା ପରେ ସେମାନେ ସ୍ବାଭାବିକ ସ୍ଥିତିକୁ ଫେରିଥିବା ଜଣାପଡ଼ିଛି। ଅପର ପକ୍ଷରେ ଏହି ଗାଁର ହିଁ ଜଣେ ମହିଳା ମଧ୍ୟ ଅସୁସ୍ଥ ରହିଥିବା ବେଳେ ତାଙ୍କ ଠାରେ ବି ସମାନ ଲକ୍ଷଣ ଦେଖିବାକୁ ମିଳିଥିଲା। ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ ମିଳି ଥିବାବେଳେ ଶିଶୁମାନେ ଏବେ ବି ଡାକ୍ତରଖାନାରେ ଅଛନ୍ତି। ଏହାକୁ ନେଇ ଗ୍ରାମରେ ଆତଙ୍କର ବାତାବରଣ ଖେଳି ଯାଇଛି। ଶେଷ ଖବର ସୁଦ୍ଧା କେଉଁ କାରଣରୁ ଶିଶୁମାନେ ଅସୁସ୍ଥ ହେଲେ ସେନେଇ କିଛି ସ୍ପଷ୍ଟ ସୂଚନ ମିଳିନାହିଁ।

By amfnews

Related Post