158 Views
ଭୁବନେଶ୍ୱର, ଜାନୁଆରୀ ୮ : ଚଳିତ ବର୍ଷ କୋଭିଡ୍ ନିୟମ ଅନୁସାରେ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ପତାକା ଉତ୍ତୋଳନ କରିବେ । ସମ୍ମାନିତ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।
୨୬ ଜାନୁଆରୀ, ସକାଳ ୮.୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପରେଡ଼୍ରେ ଆଗରୁ ଯେଭଳି ୪୬ ରୁ ଅଧିକ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି ।
କୋଭିଡ୍ ନିୟମ ଅନୁସାରେ କମ୍ ଅତିଥି ଏବଂ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହେବ । ଏଥିରେ ସୀମିତ ସଂଖ୍ୟାରେ କୋଭିଡ୍ ଯୋଦ୍ଧାମାନେ ଉପସ୍ଥିତ ରହିବେ ।
ସାଧାରଣ ଜନତା ପରେଡ଼୍ ପଡ଼ିଆ ନ ଆସି ଟେଲିଭିଜନ୍ ମାଧ୍ୟମରେ ରାଜ୍ୟସ୍ତରୀୟ ପରେଡ଼ ଉତ୍ସବ ଦେଖିପାରିବେ ।