Tue. Dec 24th, 2024

କୋଭିଡ-୧୯: ମାଲେଶିଆର ନୋ ଏଣ୍ଟ୍ରି ତାଲିକାରେ ଯୋଡ଼ିହେଲା ଆମେରିକା-ୟୁକେ-ଫ୍ରାନ୍ସ

By amfnews Sep 4, 2020 #Featured
188 Views

କୁଆଲାଲମ୍ପୁର, ସେପ୍ଟେମ୍ବର ୦୪ : କରୋନା ଭାଇରସରେ ପୀଡ଼ିତ ପଜିଟିଭ ସଂଖ୍ୟା ବଢ଼ିବା ପରେ ମାଲେଶିଆ ଆହୁରି କୋଠାର ହୋଇଯାଇଛି । ଆମେରିକା, ୟୁନାଇଟେଡ କିଙ୍ଗଡମ ଏବଂ ଫ୍ରାନ୍ସକୁ ‘ନୋ ଏଣ୍ଟ୍ରି’ ତାଲିକାରେ ଯୋଡ଼ିଦେଇଛି । ଅର୍ଥାତ ଭାରତ ଭଳି ଏହି ଦେଶର ନାଗରିକମାନେ ବର୍ତ୍ତମାନ ପରୀପ୍ରେକ୍ଷିରେ ମାଲେଶିଆକୁ ପ୍ରବେଶ କରିପାରିବେ ନାହିଁ । କାରଣ ମାଲେଶିଆ ସରକାର ଏହି ଦେଶଗୁଡ଼ିକର ନାଗରିକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବେ ନାହିଁ ।

ମାଲେଶିଆ ସରକାର ଘୋଷଣା କରିଛନ୍ତି ଯେ, ସମସ୍ତ ଦୀର୍ଘକାଳୀନ ପାସ ଧାରକଙ୍କୁ ଅସ୍ଥାୟୀ ଭାବେ ସୀମାରେ ପ୍ରବେଶ ପାଇଁ ଅନୁମତି ଦିଆଯାଇପାରିବ ନାହିଁ । କରୋନା ଭାଇରସ ସଂକ୍ରମଣ ବଢ଼ିଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ ଦେଶରେ ଭାଇରସ ବ୍ୟାପିବାରେ ପ୍ରମୁଖ କାରଣ ହେଉଛନ୍ତି ପ୍ରବାସୀ । ଏଥି ପାଇଁ ମାଲେଶିଆ ‘ନୋ ଏଣ୍ଟ୍ରି’ ତାଲିକାରେ ଆମେରିକା, ୟୁକେ, ଫ୍ରାନ୍ସ ଭଳି ଦେଶକୁ ଯୋଡ଼ିଛି ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେଉଁ ଦେଶରେ ୧ ଲକ୍ଷ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଲୋକ ଅଛନ୍ତି, ସେହି ଦେଶର ନାଗରିକଙ୍କୁ ମାଲେଶିଆ ଯିବା ପାଇଁ ପ୍ରବେଶ ଅନୁମତି ମିଳିବ ନାହିଁ । କରୋନା ଭାଇରସ ନିୟନ୍ତ୍ରଣ ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ, ମାଲେଶିଆର ନୋ ଏଣ୍ଟ୍ରି ତାଲିକାରେ ଭାରତ ବହୁ ପୂର୍ବରୁ ସାମିଲ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ଇସମାଇଲ ସାବରୀ ୟାକୋବଙ୍କ ଅନୁସାରେ ଏହି କଟକଣା ଆମେରିକା, ୟୁକେ, ଫ୍ରାନର ଛାତ୍ରଙ୍କ ଠାରୁ କର୍ମଚାରୀଙ୍କ ପାଇଁ ଲାଗୁହେବ । ଏହି ତାଲିକାରେ ବ୍ରାଜିଲ, ସ୍ପେନ, ସାଉଦୀଆରବ, ରୁଷିଆ, ବାଂଲାଦେଶ ସାମିଲ ଅଛି । ମାଲେସିଆରେ ଗୁରୁବାର ଯାଏଁ ମୋଟ ୯୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨୮ ଜଣଙ୍କର ମୃତ୍ୟୁ ହୋଇଛି ।

By amfnews

Related Post