Tue. Dec 24th, 2024

କୋଭିଡ-୧୯: ବିଶ୍ୱରେ ୮.୪୫ ଲକ୍ଷ ଲୋକଙ୍କ ମୃତ୍ୟୁ, ୨ କୋଟି ୫୧ ଲକ୍ଷ ଆକ୍ରାନ୍ତ

By amfnews Aug 30, 2020 #Featured
141 Views

ନୂଆଦିଲ୍ଲୀ, ଅଗଷ୍ଟ ୩୦ : ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ମହାମାରୀର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ।  ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ମଧ୍ୟ କରୋନାକୁ ସଫଳତାର ସହିତ ମୁକାବିଲା କରିପାରି ନାହିଁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅଧିକ ବିସ୍ତାର କରିଛି । ଏଠାରେ ୬୧ ଲକ୍ଷ ୩୮ ହଜାର ୬୮ ହଜାର ୯୭୭ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୮୬ ହଜାର ୮୫୫ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୪ ଲକ୍ଷ ୮ ହଜାର ୭୬୦ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୪୩ ହଜାର ୩୬୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୨୫ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ରବିବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୫୧ ଲକ୍ଷ ୫୫ ହଜାର ୬୮୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୪୫ ହଜାର ୯୫୬ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୭୪ ଲକ୍ଷ ୯୯ ହଜାର ୫୫୩ ଜଣ ସୁସ୍ଥ ହୋଇଥିବା ବେଳେ ୬୮ ଲକ୍ଷ ୧୦  ହଜାର ୧୭୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୧ ହଜାର ୨୫୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୯ ଲକ୍ଷ ୮୫ ହଜାର ୩୪୬  ସଂକ୍ରମିତ, ୧୭ ହଜାର ୨୫ ମୃତ

ପେରୁ: ୬ ଲକ୍ଷ ୩୯ ହଜାର ୪୩୫ ସଂକ୍ରମିତ, ୨୮ ହଜାର ୬୦୭ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୨୨ ହଜାର ୫୫୧ ସଂକ୍ରମିତ, ୧୩ ହଜାର ୮୧ ମୃତ

କଲୋମ୍ବିଆ: ୫ ଲକ୍ଷ ୯୯ ହଜାର ୯୧୪ ସଂକ୍ରମିତ, ୧୯ ହଜାର ୬୪ ମୃତ

ମେକ୍ସିକୋ: ୫ ଲକ୍ଷ ୮୫ ହଜାର ୭୩୮ ସଂକ୍ରମିତ, ୬୩ ହଜାର ୧୪୬ ମୃତ

ସ୍ପେନ: ୪ ଲକ୍ଷ ୫୫ ହଜାର ୬୨୧ ସଂକ୍ରମିତ, ୨୯ ହଜାର ୧୧ ମୃତ

ଚିଲି: ୪ ଲକ୍ଷ ୮ ହଜାର ୯ ସଂକ୍ରମିତ, ୧୧ ହଜାର ୧୮୧ ମୃତ

ପାକିସ୍ତାନ: ୨ ଲକ୍ଷ ୯୫ ହଜାର ୩୬୨  ସଂକ୍ରମିତ, ୬ ହଜାର ୨୮୪ ମୃତ

By amfnews

Related Post