Sat. Sep 28th, 2024

କୋଭିଡ-୧୯ ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସମକକ୍ଷ ବୋରିସ ଜନସନଙ୍କ ଭର୍ଚୁଆଲ ବୈଠକ

By amfnews May 4, 2021 #Featured
99 Views

ନୂଆଦିଲ୍ଲୀ, ମେ ୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ବ୍ରିଟେନ ସମକକ୍ଷ ବୋରିସ ଜନ୍‌ସନ୍‌ଙ୍କ ସହିତ ଭର୍ଚୁଆଲ ବୈଠକ କରିବେ । ମୋଦୀଙ୍କ ଏହି ବୈଠକରେ କୋଭିଡ-୧୯ ସଂପର୍କିତ ଆଲୋଚନା ହେବ । ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । 

ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆଂଚଳିକ ଏବଂ ଗ୍ଲୋବାଲ ପ୍ରସଙ୍ଗରେ ୨ ଦେଶର ପ୍ରଧାନମନ୍ତ୍ରୀ କଥା ହେବେ । ଏଥି ସହିତ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜନସନ କୋଭିଡ-୧୯ ସଂକଟ ସମୟରେ କିଭଳି ସହଯୋଗର ହାତ ବଢ଼ାଇ ପାରିବେ, ସେ ସଂପର୍କରେ ମଧ୍ୟ ଆଲୋଚନା କରିବେ । କରୋନା ଭାଇରସ ମହାମାରୀର ସଫଳ ମୁକାବିଲା ପାଇଁ ମଧ୍ୟ ମୋଦୀ ଏବଂ ଜନସନ ଚର୍ଚ୍ଚା କରିବେ । 

ସୂଚନାଯୋଗ୍ୟ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତ ଏପ୍ରିଲ ୨୬ ତାରିଖରେ ଭାରତ ଗସ୍ତରେ ଆସିବାର ଥିଲା । କିନ୍ତୁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଶେଷରେ ଜନସନ ନିଜର ଗସ୍ତ ବାତିଲ କରିଥିଲେ । 

By amfnews

Related Post