Thu. Dec 26th, 2024

କୋଭିଡ-୧୯: ଆମେରିକାରେ ନେଲାଣି ଲକ୍ଷେ ୮୦ ହଜାର ଜୀବନ, ୫୮.୪୧ ଲକ୍ଷ ଆକ୍ରାନ୍ତ

By amfnews Aug 23, 2020 #Featured
118 Views

ନୂଆଦିଲ୍ଲୀ, ଅଗଷ୍ଟ ୨୩ : ମହାମାରୀ କରୋନା ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ କାୟା ବିସ୍ତାର କରିଛି । ଏଠାରେ ୫୮ ଲକ୍ଷ ୪୧ ହଜାର ୨୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୮୦ ହଜାର ୧୬୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୧ ଲକ୍ଷ ୪୮ ହଜାର ୮୦ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୧୨ ହଜାର ୯୬୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୭୩୯ ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ରବିବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୩୩ ଲକ୍ଷ ୬୦ ହଜାର ୩୨ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୭ ହଜାର ୭୦୫ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୫୮ ଲକ୍ଷ୯୨ ହଜାର ୫୨୪ ଜଣ ସୁସ୍ଥ ହୋଇଥିବା ବେଳେ ୬୬ ଲକ୍ଷ ୫୯ ହଜାର ୮୦୩ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୧ ହଜାର ୭୯୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୯ ଲକ୍ଷ ୫୧ ହଜାର ୮୯୭  ସଂକ୍ରମିତ, ୧୬ ହଜାର ୩୧୦ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୭ ହଜାର ୪୫ ସଂକ୍ରମିତ, ୧୨ ହଜାର ୯୮୭ ମୃତ

ପେରୁ: ୫ ଲକ୍ଷ ୭୬ ହଜାର ୬୭ ସଂକ୍ରମିତ, ୨୭ ହଜାର ୨୪୫ ମୃତ

ମେକ୍ସିକୋ: ୪ ଲକ୍ଷ ୪୯ ହଜାର ୭୩୪ ସଂକ୍ରମିତ, ୫୯ ହଜାର ୬୧୦ ମୃତ

କଲୋମ୍ବିଆ: ୫ ଲକ୍ଷ ୩୩ ହଜାର ୧୦୩ ସଂକ୍ରମିତ, ୧୬ ହଜାର ୯୬୮ ମୃତ 

ସ୍ପେନ: ୪ ଲକ୍ଷ ୭ ହଜାର ୮୭୯ ସଂକ୍ରମିତ, ୨୮ ହଜାର ୮୩୮ ମୃତ

ଚିଲି: ୩ ଲକ୍ଷ ୯୫ ହଜାର ୭୦୮ ସଂକ୍ରମିତ, ୧୦ ହଜାର ୭୯୭ ମୃତ

ପାକିସ୍ତାନ: ୨ ଲକ୍ଷ ୯୨ ହଜାର ୧୭୪  ସଂକ୍ରମିତ, ୬ ହଜାର ୨୩୧ ମୃତ

By amfnews

Related Post