Sat. Nov 23rd, 2024

କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଆର୍ମି ହସ୍ପିଟାଲରେ ଭର୍ତ୍ତି ହେଲେ ଡୋନାଲ୍ଡ ଟ୍ରମ୍ପ

By amfnews Oct 3, 2020 #Featured
153 Views

ୱାଶିଂଟନ, ଅକ୍ଟୋବର ୦୩ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ସେ ନିଜର ଡାକ୍ତର ଓ ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ କିଛି ଦିନ ପାଇଁ ୱାଲଟେର ରିଡ ହସ୍ପିଟାଲରେ କିଛି ଦିନ ରହିବେ ।

ଆସନ୍ତା ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଟ୍ରମ୍ପ ପ୍ରଶାସନ ଏବଂ ନିର୍ବାଚନ ପ୍ରଚାରକୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ କରାଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଗୁରୁବାର ରାତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଟ୍ରମ୍ପ ଟୁଇଟ କରି ଲେଖିଛନ୍ତି, ଚିକିତ୍ସା ପାଇଁ ମୁଁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛି । ମୁଁ ସୁସ୍ଥ ଅଛି । ପତ୍ନୀ ମେଲେନିଆ ମଧ୍ୟ ସୁସ୍ଥ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି ।

By amfnews

Related Post