Fri. Nov 1st, 2024

କୋଭିଡ ନିୟମ ଉଲ୍ଲଂଘନ: ୨୭୫୨ ଜଣଙ୍କୁ ଜରିମାନା, ଭୁବନେଶ୍ୱରରେ ୧୯ ଦୋକାନ ବନ୍ଦ

By amfnews Sep 18, 2020 #Featured
179 Views

ଭୁବନେଶ୍ୱର, ସେପ୍ଟେମ୍ବର ୧୮ : କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଭୁବନେଶ୍ୱର କମିସନରେଟ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି । କରୋନା କଟକଣା ପାଳନ କରୁ ନଥିବା ୨ ହଜାର ୭୫୨ ଜଣ ଅମାନିଆଙ୍କ ଠାରୁ କମିସନରେଟ ପୋଲିସ ଜରିମାନା ଆଦାୟ କରିଛି । ସେହିପରି କରୋନା ଗାଇଡଲାଇନକୁ ଅଣଦେଖା କରିବା ଯୋଗୁଁ ରାଜଧାନୀରେ ୧୯ଟି ଦୋକାନ ବନ୍ଦ ହୋଇଛି ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟୁଇଟ କରି ସୂଚନା ଦେଇଛନ୍ତି ଯେ, ୧୬ ତାରିଖ ସନ୍ଧ୍ୟା ପରଠାରୁ ୧୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ (୨୪ ଘଣ୍ଟା ମଧ୍ୟରେ) ଭୁବନେଶ୍ୱରରେ ୨୭୫୨ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏହି ଲୋକମାନେ କରୋନା ଗାଇଡଲାଇନ ପାଳନ କରି ନଥିଲେ । ସେହିପରି ଡିସିପି ଶ୍ରୀ ଦାଶ କହିଛନ୍ତି ଯେ, ରାଜଧାନୀରେ ୧୯ଟି ଦୋକାନ ବନ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ବୁଧବାର କରୋନା ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟମ କହିଥିଲେ ଯେ, ରାଜ୍ୟର ବିଭିନ୍ନ ଅଂଚଳରେ ଗାଇଡଲାଇନକୁ ପାଳନ କରାଯାଉଥିବା ବେଳ ଭୁବନେଶ୍ୱରରେ ଏହା ସନ୍ତୋଷ ଜନକ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଗାଇଡଲାଇନକୁ ଠିକ ଭାବେ ପାଳନ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି ।

By amfnews

Related Post