Sun. Mar 8th, 2026

କୋରାପୁଟ ଆସିବେ ପ୍ରିୟଙ୍କା ଗାନ୍ଧୀ

218 Views

କୋରାପୁଟ , ଜାନୁଆରୀ ୨୯  : ନବ ନିଯୁକ୍ତ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଖୁବଶୀଘ୍ର କୋରାପୁଟ ଆସିବେ। ଆସନ୍ତା ଫେବ୍ରୁଆରିରେ କୋରାପୁଟ ଜିଲ୍ଲାର ଏକ ସାଧାରଣ ସଭାରେ ସେ ଉଦବୋଧନ ଦେବେ। ଏଥିନେଇ ତାରିଖ ଚୂଡ଼ାନ୍ତ ହୋଇ ନ ଥିଲେ ମଧ୍ୟ ପ୍ରିୟଙ୍କା ଆସିବା ନିଶ୍ଚିତ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି। ସେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, କୋରାପୁଟ ଆସିବା ପାଇଁ ପ୍ରିୟଙ୍କାଙ୍କୁ ଅନୁରୋଧ କରାଯାଇଥିଲା। ସେ ଏହାକୁ ଗ୍ରହଣ କରିଛନ୍ତି। ଦଳର ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ପ୍ରିୟଙ୍କାଙ୍କ ଗସ୍ତକୁ ସବୁଜ ସଙ୍କେତ ଦେଇଛନ୍ତି। ତେଣୁ ଆସନ୍ତା ଫେବ୍ରୁଆରିରେ ପ୍ରିୟଙ୍କା କୋରାପୁଟ ଆସିବେ ବୋଲି ବିଧାୟକ କହିଛନ୍ତି। ତେବେ କେବେ ଓ କେଉଁଠି କାର୍ଯ୍ୟକ୍ରମ ହେବ ତାହା ସ୍ଥିର ହୋଇ ନ ଥିବା ସେ ସୂଚନା ଦେଇଛନ୍ତି।

By amfnews

Related Post