Sat. Mar 7th, 2026

କେରଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ୧୬ ମୃତ

193 Views

ତିରୁବନନ୍ତପୁରମ୍‌: ବୁଧବାର ରାତିରେ କେରଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ଅନ୍ୟୂନ ୧୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଇଡୁକ୍କି ଜିଲ୍ଲାରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଓ୍ଵାୟାଣ୍ଡା ଜିଲ୍ଲାରେ ଅନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଛି।

ଭୂସ୍ଖଳନ ଯୋଗୁଁ ଓ୍ଵାୟାଣ୍ଡା ଜିଲ୍ଲା ବାହ୍ୟ ଜଗତ୍‌ରୁ ବିଚ୍ଛିନ୍ନ ହୋଇ ପଡ଼ିଛି। ପାର୍ବତ୍ୟ ଜିଲ୍ଲାକୁ ସଡ଼କ ପଥ ଯୋଗଯୋଗ ଫେରାଇ ଆଣିବାକୁ ସରକାର ସେନାବାହିନୀର ସହାୟତା ଲୋଡ଼ିଛନ୍ତି। ଇଡାମାଲାୟାର୍‌ ଜଳଭଣ୍ଡାରର ସ୍ଲୁଇସ୍‌ ଗେଟ୍‌ ଖୋଲା ଯିବାରୁ ଇଡୁକ୍କିର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି।

୬ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ଏବଂ ରାଜ୍ୟର ପାର୍ବତ୍ୟାଞ୍ଚଳକୁ ଗସ୍ତ ନ କରିବାକୁ ଲୋକମାନଙ୍କୁ କୁହାଯାଇଛି। ଏସିଆ ମହାଦେଶର ଅନ୍ୟତମ ସର୍ବେଚ୍ଚ ଆର୍କ ଡ୍ୟାମ୍‌ ଇଡୁକ୍କି ଡ୍ୟାମ୍‌ ଉଚ୍ଛୁଳି ପଡ଼ିବାରୁ କର୍ତ୍ତୃପକ୍ଷମାନେ ସ୍ଲୁଇସ୍‌ ଗେଟ୍‌ ଖୋଲିଥିଲେ। ଶେଷଥର ଲାଗି ୧୯୯୨ ଏହି ଡ୍ୟାମ୍‌ ଖୋଲିଥିଲେ।

ଗତ ୨୬ ବର୍ଷ ଭିତରେ ୪୫ ବର୍ଷର ଇଡୁକ୍କି ଡ୍ୟାମ୍‌ରେ ଏତେ ଉଚ୍ଚକୁ ଜଳସ୍ତର ପହଞ୍ଚି ନ ଥିଲା।

By amfnews

Related Post