Sat. Nov 23rd, 2024

କେରଳରେ କରୋନାଜନିତ ୨ୟ ମୃତ୍ୟୁ, ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩୨ ଛୁଇଁଲା

By amfnews Mar 31, 2020 #Featured
122 Views

ତିରୁଅନନ୍ତପୁରମ : କେରଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨କୁ ବୃଦ୍ଧି ପାଇଛି । ତିରୁଅନନ୍ତପୁରମର ଜଣେ ୬୮ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଅବ୍ଦୁଲ ଅଜିଜ ନାମକ ଏହି ବ୍ୟକ୍ତିଙ୍କ କୌଣସି ବିଦେଶ ଗସ୍ତର ଇତିହାସ ନାହିଁ, ତେବେ ସେ କେତୋଟି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାଙ୍କର ଉଚ୍ଚ ରକ୍ତଚାପ ଓ ଥାଇରଏଡ ସମସ୍ୟା ଥିଲା । ତାଙ୍କର କିଡନୀ ଜନିତ ସମସ୍ୟା ମଧ୍ୟ ଥିଲା । ସେ ଗତ କିଛି ଦିନ ଧରି ତିରୁଅନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । କିଡନୀ ସମସ୍ୟା ଯୋଗୁଁ ତାଙ୍କର ଡାୟାଲିସିସ ମଧ୍ୟ ହେଉଥିଲା । ତାଙ୍କର ପରୀକ୍ଷା ରିପୋର୍ଟ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡ଼ିଥିଲା ।

ସମଗ୍ର ଭାରତରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସତ୍ତ୍ବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଦେଖାଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨୨୭ଟି ନୂଆ ମାମଲା ଜଣାପଡ଼ିଛି । ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୩୨ ଛୁଇଁଛି । ସମଗ୍ର ବିଶ୍ୱରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୮୫ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୩୭୮୧୫ରେ ପହଞ୍ଚିଛି ।

By amfnews

Related Post