Wed. Nov 27th, 2024

କେରଳ ବନ୍ୟା ବିପନ୍ନଙ୍କ ପାଇଁ ଡିୱାଇଏଫ୍ଆଇ ପକ୍ଷରୁ ରିଲିଫ୍ ସଂଗ୍ରହ

By amfnews Aug 25, 2018 #Featured
190 Views

ରାଉରକେଲା, ୨୫ା୮: କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ପରବର୍ତ୍ତୀ ଭୂସ୍ଖଳନ ଯୋଗୁଁ ଶତାଧିକ ଲୋକଙ୍କ ଜୀବନହାନୀ ଘଟିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଘର ଉଜୁଡି ଯାଇଛି । କେରଳ ବନ୍ୟାର ବିଭତ୍ସ ରୂପ ଛାତି ଫଟାଇ ଦେଉଛି । ୪୦ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ବିଭିନ୍ନ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଓଡିଶାର ବିଭିନ୍ନ ଅଞ୍ଚଳ ଲୋକ ସେଠାରେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ।

ବନ୍ୟା ଯୋଗୁଁ ବର୍ତ୍ତି ଯାଇଥିବା ଲୋକେ ଭୋକ ଉପାସରେ ଜୀବନ ସହ ସଂଗ୍ରାମ କରୁଥିବା ବେଳେ କେରଳ ସରକାର ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ବିଭିନ୍ନ ରାଜ୍ୟ ସରକାର, ରାଜନୈତିକ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନମାନେ କେରଳବାସୀଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଥିବା ବେଳେ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ଆଜି ରାଉରକେଲା ମୁଖ୍ୟ ବଜାର ଅଞ୍ଚଳରେ କେରଳର ବନ୍ୟା ବିପନ୍ନମାନଙ୍କ ପାଇଁ ରିଲିଫ୍ ସଂଗ୍ରହ କରାଯାଇଛି ।

ସଂଗୃହୀତ ରିଲିଫକୁ ସଙ୍ଗଠନର ରାଜ୍ୟ କମିଟି ଜରିଆରେ କେରଳର ବିଭିନ୍ନ ସ୍ଥଳରେ ଡିୱାଇଏଫ୍ଆଇ ପକ୍ଷରୁ ଚାଲିଥିବା ଶତାଧିକ ରିଲିଫ୍ କ୍ୟାମ୍ପକୁ ପଠାଯିବ । ଏହି ରିଲିଫ୍ ସଂଗ୍ରହ ଅଭିଯାନରେ ଡିୱାଇଏଫ୍ଆଇ ସୁନ୍ଦରଗଡ ଜିଲା କମିଟି ସଭାପତି ରାଜକିଶୋର ପ୍ରଧାନ, ଉପସଭାପତି ବିଶ୍ୱଜିତ ମାଝି, ବିନୟ ବେଉରିଆ, ଦିବାକର ମହାରଣା, ହିତେଶ ମଲ୍ଲିକ, ଅନୀଲ ଭୋଳ, ଗୋପାଳକୃଷ୍ଣ ନାୟକ, ଲକ୍ଷ୍ମୀଧର ନାୟକ, ଶ୍ରମିକନେତା ଶ୍ରୀମନ୍ତ ବେହେରା, ବି.ପି. ମହାପାତ୍ର, ଅରୁ ଦାସ, କିଶୋର ତନ୍ତୀ, ପ୍ରମୋଦ ପରିଡା, ଜନ୍ମେଜୟ ଘୋଷ, ଜଗବନ୍ଧୁ ରାଉତ, ଗୋକୁଳ ବାରିକଙ୍କ ସମେତ ଶତାଧିକ ସମର୍ଥକ ରିଲିଫ୍ ସଂଗ୍ରହ ଅଭିଯାନରେ ସାମିଲ୍ ହେବା ସହ କେରଳ ବନ୍ୟା ବିପନ୍ନମାନଙ୍କୁ ରାଉରକେଲାବାସୀ ତଥା ସୁନ୍ଦରଗଡ ଜିଲାବାସୀ ଅକୁଣ୍ଠ ସାହାଯ୍ୟ ଓ ସହଯୋଗ କରିଥିବାରୁ ସଙ୍ଗଠନ ପକ୍ଷରୁ କୃତଜ୍ଞତାନ ଜ୍ଞାପନ କରାଯାଇଛି ।

By amfnews

Related Post