Sat. Mar 7th, 2026

କେରଳ ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢାଇବା ପାଇଁ ସିଆଇଟିୟୁର କ୍ୟାଣ୍ଡେଲ ଶୋଭାଯାତ୍ରା

353 Views

ରାଉରକେଲା, ୨୧ା୮ : କେରଳରେ ଦେଖା ଦେଇଥିବା ପ୍ରଳୟଙ୍କରୀ ବନ୍ୟାର ବିଭୀଷିକାରେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ୭ ଲକ୍ଷ ଲୋକଙ୍କ ଘରେ ପାଣି ପଶିଯିବା ଯୋଗୁଁ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । ପ୍ରାୟ ୪ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କର ଭୟଙ୍କର ବନ୍ୟା ଓ ଭୂସ୍ଖଳର ଯୋଗୁଁ ମୃତାହତ ହୋଇଛି ।

ଏହି ପ୍ରଳୟଙ୍କରୀ ପ୍ରାକୃତିକ ଦୁର୍ବିପାକରେ ମୃତାହତ ଜନଗଣଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏବଂ ସମଗ୍ର ଭାରତବର୍ଷର ଜନସାଧାରଣଙ୍କ ଏପରି ଦୁଃଖଦ ସମୟରେ ସାହାଯ୍ୟ ଓ ସହଯୋଗର ହାତ ବଢାଇବାର ଅନୁରୋଧରେ ସିଆଇଟିୟୁ ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ସ୍ଥାନୀୟ ଆମ୍ବାଗାନ ସ୍ଥିତ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ମହମବତୀ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ କେରଳ ଜନସାଧାରଣ ସହିତ ଛିଡା ହେବାକୁ ଅନୁରୋଧ କରାଯାଇଛି । ବିଭିନ୍ନ ରାଜ୍ୟର ଦିନମାନଙ୍କରେ ହୋଇଥିବା ପ୍ରାକୃତିକ ଦୁର୍ବିପାକ ସମୟରେ କେରଳ ହେଉଛି ପ୍ରଥମ ରାଜ୍ୟ ଯିଏ ସର୍ବତା ସାହାଯ୍ୟର ହାତ ବଢାଇ ଆସିଛି ।

ତେଣୁ ମାନବିକତା ଦୃଷ୍ଟିରୁ ଆଜି ସମସ୍ତଙ୍କର କର୍ତ୍ତବ୍ୟ ଆମେ ସମସ୍ତେ କେରଳ ଲୋକଙ୍କ ଦୁଃଖଦ ସମୟରେ ଛିଡା ହେବା ଦରକାର ବୋଲି କ୍ୟାଣ୍ଡେଲ ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି କହିଛନ୍ତି । ଏହି କାର୍ଯ୍ୟକ୍ରମ ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି, ପ୍ରମୋଦ ସାମଲ, ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ଅଜୟ ଶର୍ମା, ଅରୁ ଦାସ, ସୁରେନ୍ଦ୍ର ଦାଶ, ପ୍ରଭାତ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ତାଜମୁନ ନେହାର, ବିଶ୍ୱଜିତ ମାଝି, କିଶୋର ତନ୍ତୀ, ଅଶୋକ ମିଶ୍ର, ନୃସିଂହ ନାରାୟଣ ପାଣିଗ୍ରାହୀ, ବିନୋଦିନୀ ଦାଶ, ଝୁନୁ ପ୍ରଧାନ, ପ୍ରକାଶ ପ୍ରଧାନ, ଯଜେ୍ଞଶ୍ୱର ସାହୁ, ନରେନ୍ଦ୍ର ମହାନ୍ତି, ଦିଲ୍ଲୀପ ପାଢୀ, ବିଶ୍ୱରଞ୍ଜନ ମଲ୍ଲିକ, ପ୍ରଦୀପ ସେଠୀ, ସନ୍ତୋଷ ବେହେରା, କୁଳମଣି ରାଉତ, ସଂଜୟ ନାୟକ, କାଳନାଥ ମହାନ୍ତି, ବିଶ୍ୱନାଥ ଲେଙ୍କାଙ୍କ ସମେତ ଶତାଧିକ ସମର୍ଥକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହେବା ସହ କେଳବାସୀଙ୍କୁ ସହଯୋଗ ପାଇଁ ନିବେଦନ କରିଥିଲେ ।

By amfnews

Related Post