Mon. Jan 27th, 2025

କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ସିପିଆଇ (ଏମ୍)ର ରିଲିଫ୍ ସଂଗ୍ରହ ଅଭିଯାନ

rklsanchar@gmail.com' By J.N. Pradhan Aug 20, 2018 #Featured
271 Views

ରାଉରକେଲା, ୨୦ା୮ : କେରଳର ବନ୍ୟା ପରିସ୍ଥିତି ସାଂଘାତିକ ଅବସ୍ଥାରେ ପହଞ୍ôଚଛି । ଚଳିତ ବର୍ଷା ପରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁ ସଂଖ୍ୟା ପ୍ରାୟ ୪ ଶହ ହୋଇଥିବା ବେଳେ ୨୫ ଲକ୍ଷରୁ ଊଦ୍ଧ୍ୱର୍ ଲୋକ ବାସଚ୍ୟୁତ ହୋଇଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ କେରଳର ୧୧ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ବନ୍ୟା ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି କୁହାଯାଉଥିବା ବେଳେ କେରଳ ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ରାଜ୍ୟ ସରକାରମାନେ ଅଣ୍ଟା ଭିଡିଛନ୍ତି ଏବଂ ସାହାଯ୍ୟ ମଧ୍ୟ ଘୋଷଣା କରିଛନ୍ତି । ଓଡିଶାରେ ମହାବାତ୍ୟ ଓ ଫାଇଲିନ ସମୟରେ କେରଳ ରାଜ୍ୟ ସରକାର ଓଡିଶାର ଜନସାଧାରଣ ପ୍ରତି ଯେଉଁ ସାହାଯ୍ୟର ହାତ ବଢାଇଥିଲେ ତାହାକୁ ଓଡିଶାବାସୀ ଭୁଲି ନାହାନ୍ତି ।

ସିପିଆଇ (ଏମ୍) ଓଡିଶା ରାଜ୍ୟ କମିଟି ଡାକରାରେ ଆଜି ପାର୍ଟିର ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ରାଉରକେଲା ତଥା ସୁନ୍ଦରଗଡ ଜିଲା ତମାମ କେରଳ ବନ୍ୟା ଦୁର୍ଗତଙ୍କୁ ସାହାଯ୍ୟ ପାଇଁ ରିଲିଫ ଆଦାୟ କରାଯାଇଛି । ରାଉରକେଲା ଟ୍ରାଫିକ ଗେଟ୍ ମାର୍କେଟ, ମଧୁସୂଦନ ମାର୍ଗ, ମନୋରମା ମାର୍କେଟ, ଷ୍ଟେସନ ରୋଡ୍ ଏବଂ ରାଉରକେଲା ମୁଖ୍ୟମାର୍ଗରେ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ବରିଷ୍ଠ ସଦସ୍ୟ ବିଷ୍ଣୁ ମହାନ୍ତି, ଜିଲା ସମ୍ପାଦକ ପ୍ରମୋଦ ସାମଲ, ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ବଣେଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବନମାଳୀ ଧୂପାଳ, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲା କମିଟି ସଦସ୍ୟ ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ବସନ୍ତ ନାୟକ, ଅଜୟ ଶର୍ମା, ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ଭଗବାନ କୁଣ୍ଡୁ, ବିନୋଦିନୀ ଦାଶ, ବିଶ୍ୱଜିତ ମାଝି, ସୁରେନ୍ଦ୍ର ମହାନ୍ତି, ଚନ୍ଦ୍ରଭାନୁ ଦାଶ, ନୃସିଂହ ନାରାୟଣ ପାଣିଗ୍ରାହୀ, ତାଜମୁନ ତନହାର, ଦେବାନ୍ଦ ରାଉତ, ଅକ୍ଷୟ ମହାନ୍ତି, ରଘୁନାଥପାଲୀ ଆଞ୍ଚଳିକ କମିଟି ପକ୍ଷରୁ ଅରୁ ଦାସ, କିଶୋର ତନ୍ତୀ, ବିନୟ ବେଉରିଆ, ହୃଦୟାନନ୍ଦ ଯାଦବ, ବି.ବି. ଗିରି, ଋଷି ଜେନା, ଅନାଦି ସାହୁ, ଏନ୍.କେ. ରାଉତରାୟ, ଶିବାନୀ ଦାଶ, ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରସନ୍ନ ମହାପାତ୍ର, ବୁବୁନ ମାଇତି, ଜି.କେ. ନାୟକ, ସୁରେନ୍ଦ୍ର ବେହେରା, ଧିରେନ ମୁଖୀ, ପ୍ରଦୀପ ଗୌଡ, ରେଣୁବାଳା ସାହାଣୀ, ବଜରଙ୍ଗୀ ଚୌଧୁରୀ, ଶକୁନ୍ତଳା ଟୁଡୁ, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ପୂଜା ବଡାଇକ, ବାସନ୍ତୀ ବଡାଇକ, ଚମ୍ପା କୁଜୁର, ସନ୍ତୋଷ ମହାନ୍ତି, କ୍ଷୀରୋଦ ସ୍ୱାଇଁ, ଶ୍ରୀକାନ୍ତ ମହାନନ୍ଦିଆ, ଏନ୍.ସି. ବେହେରା, ଆଶିଷ ମହାନ୍ତି, ଶିବେନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ସମେତ ଶତାଧିକ ପାର୍ଟି କର୍ମୀ ରିଲିଫ୍ ସଂଗ୍ରହରେ ସାମିଲ୍ ହୋଇଥିବା ବେଳେ ରାଉରକେଲା ଜନସାଧାରଣ ସ୍ୱତଃସ୍ଫୂର୍ତ୍ତ ଭାରେ କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ସାହାଯ୍ୟର ବାତ ବଢାଇଥିବାରୁ ପାର୍ଟି ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Related Post