Sun. Mar 8th, 2026

କେବଳ ମାଉଥ୍‌ ଫ୍ରେସନ୍‌ର କି ମସଲା ନୁହେଁ ବରଂପୁରୁଷମାନଙ୍କର ଏହି ସମସ୍ୟା ଦୂର କରିଥାଏ ଅଳେଇଚ

293 Views

ଅଳେଇଚକୁ ଆମେ ସାଧାରଣତଃ ମାଉଥ୍‌ ଫ୍ରେସନ୍‌ର ରୂପେ ସେବନ କରିଥାଉ। ତା’ଛଡ଼ା ବିଭିନ୍ନ ତରକାରୀରେ ଏହା ମସଲାରୂପେ ବି ବ୍ୟବହୃତ ହୋଇଥାଏ। ତେବେ ଆପଣ ଜାଣନ୍ତି କି ପ୍ରତ୍ୟହ ଅଳେଇଚ ଖାଇଲେ ପୁରୁଷମାନଙ୍କର ଶାରୀରିକ ଦୁର୍ବଳତା ଦୂର ହୋଇଥାଏ।ଏହା ଛଡ଼ା ମୋଟାପାରୁ ବି ମୁକ୍ତ ମିଳିଥାଏ।

ଯଦି ଆପଣଙ୍କର ପେଟ ବାହାରିଛି ଓ ଆପଣ ତାଙ୍କୁ ସୁନିଶ୍ଚିତ କରିବାକୁ ଚାହାଁନ୍ତି , ତେବେ ରାତିରେ ଶୋଇବା ପୂର୍ବରୁ ଗରମ ଜଳରେ ଦୁଇଟି ଅଳେଇଚ ମିଶାଇ ଦିଅନ୍ତୁ। ଏଥିରେ ଥିବା ପଟାସିଅମ୍‌,ମ୍ୟାଗ୍ନେସିଅମ୍‌,ଭିଟାମିନ୍‌ ବି-୧, ବି-୬ ଓ ଭିଟାମିନ୍‌-ସି ଶରୀରରୁ ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ। ଏଥିରେ ଥିବା ଫାଇବର୍‌ ଓ କାଲ୍‌ସିଅମ୍‌ ଓଜନକୁ ବି ନିୟନ୍ତ୍ରିତ କରିଥାଏ।

ଠିକ୍‌ ସେହିପରି ଶୋଇବା ଆଗରୁ ରାତିରେ ଅଳେଇଚ ସେବନ କରିଲେ ପୁରୁଷମାନଙ୍କର ନପୁଂସକତା ଧୀରେ ଧୀରେ ହ୍ରାସ ପାଇଥାଏ। ଏହାକୁ ଗରମ ପାଣି ବା ଦୁଧ ସହିତ ପିଇଲେ ଭଲ। ଅଳେଇଚ ସେବନ କରିଲେ ରକ୍ତଚାପ ବି ନିୟନ୍ତ୍ରଣ ଭିତରେ ରହିଥାଏ। ଏଥିରେ ପଟାସିଅମ୍‌ ଓ ଫାଇବର୍‌ ଅଧିକ ମାତ୍ରାରେ ଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୁଏ। ପ୍ରତିଦିନ ଅଳେଇଚ ଖାଇଲେ ମୂତ୍ର ସଂକ୍ରମଣରୁ ବି ରକ୍ଷା ମିଳିଥାଏ।

By amfnews

Related Post