Sat. Mar 7th, 2026

କେବଳ ମଧୁମେହ ନୁହେଁ ଏସବୁ ସମସ୍ୟା ବି ସୃଷ୍ଟିକରେ ‘ଆଳୁ’

303 Views

ଆଳୁ ତ ସବୁଠାରୁ ଅଧିକ ବ୍ୟବହୃତ ପରିବା। ତରକାରୀ ହେଉକି ଭଜା,ଡାଲମା ହେଉକି ସନ୍ତୁଳା ସବୁଥିରେ ଆଳୁ ପଡେ। ମନେ ହୁଏ ଆଳୁ ବିନା ତରକାରୀ ଅଧୁରା।

ସାଧାରଣରେ ଏକ ବିଶ୍ୱାସ ରହିଛି ଯେ ଅଧିକ ଆଳୁ ଖାଇଲେ ମଧୁମେହ ରୋଗଗ୍ରସ୍ତ ହେବାର ଆଶଙ୍କା ଥାଏ। ଏଥିପାଇଁ ଅନେକ ଲୋକ ଆଳୁର ଯଥାସମ୍ଭବ କମ୍‌ ଉପଯୋଗ କରିଥାନ୍ତି। ହେଲେ ଆଳୁ ଖାଇଲେ ଅନ୍ୟ କେତେକ ଶାରୀରିକ ସମସ୍ୟା ବି ଦେଖା ଦେଇଥାଏ। ଆସନ୍ତୁ ଜାଣିବା ସେ ସଂପର୍କରେ….

ଗ୍ୟାସ୍‌ ସମସ୍ୟା: ଅଧିକ ମାତ୍ରାରେ ଆଳୁ ଖାଇଲେ ଗ୍ୟାସ୍‌ ସମସ୍ୟା ବଢ଼ିଥାଏ। ବିଶେଷ କରି ଯେଉଁମାନେ ଗ୍ୟାସ୍‌ଷ୍ଟ୍ରିକ୍‌ ଦ୍ୱାରା ପୀଡ଼ିତ,ସେମାନେ ଆଦୌ ଆଳୁ ଖାଇବା ଉଚିତ ନୁହେଁ। ଅଧିକ ଆଳୁ ଖାଇଲେ ବି ଗ୍ୟାସ ସମସ୍ୟା ଉପୁଜିପାରେ।

ଓଜନ ବଢ଼ିପାରେ: ଯେଉଁମାନେ ପ୍ରଚୁର ମାତ୍ରାରେ ଆଳୁର ସେବନ କରନ୍ତି,ସେମାନଙ୍କର ଓଜନ ଶୀଘ୍ର ବଢ଼ିବାର ଆଶଙ୍କା ରହିଛି। ଏଣୁ ଯେଉଁମାନେ ନିଜର ଓଜନ କମ୍‌ କରିବାକୁ ଚାହାଁନ୍ତି,ସେମାନେ ଆଳୁଠାରୁ ଦୂରେଇ ରହିବା ଉଚିତ।

ରକ୍ତଚାପ ସମସ୍ୟା: ଅଧିକ ପରିମାଣରେ ଆଳୁ ଖାଇଲେ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଉପୁଜିପାରେ। ଏହା ଫଳରେ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ। ଏଣୁ ଯଥାସମ୍ଭବ କମ୍‌ ପରିମାଣ ଆଳୁ ଖାଇବା ଉଚିତ।

By amfnews

Related Post