Fri. Dec 27th, 2024

କେବଳ ଜରୁରୀ ଶୁଣାଣି ବ୍ୟତୀତ ଅଦାଲତର ଅନ୍ୟ ସମସ୍ତ ଶୁଣାଣିକୁ ବର୍ଜନ କରିବ ରାଉରକେଲା ଓକିଲ ସଂଘ

By amfnews Oct 7, 2018 #Featured
162 Views

ରାଉରକେଲା, ୭ା୧୦ : ରାଉରକେଲାର ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କେବଳ ଜରୁରୀ ମାମଲାଗୁଡିକର ଶୁଣାଣି କରିବା ପାଇଁ ରାଉରକେଲା ଓକିଲ ସଂଘ ନିଷ୍ପତ୍ତି ଗ୍ରହଣ କରିଛି । ସଂଘ ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ଗ୍ରହଣ କରାଯିବା ସହ କେବଳ ଜରୁରୀକାଳୀନ ଆଇନ୍ ସେବା ଯୋଗାଇ ଦେବାକୁ ମତ ପ୍ରକାଶ ପାଇଛି । ରାଉରକେଲାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରାଯାଇଥିଲା ।

ଶିଳ୍ପ ରାଜଧାନୀ ଭାବେ ପରିଚିତ ଇସ୍ପାତ ସହର ରାଉରକେଲାରେ ସମସ୍ତ ଭିତ୍ତିଭୂମି ଥିବାରୁ ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ବିଚାର କରିବା ଜରୁରୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଖୁବ୍ଶୀଘ୍ର ପଶ୍ଚିମ ଓଡିଶାର ରାଉରକେଲାରେ ଯଦି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି କରାନଯାଏ ତେବେ ଆଗାମୀ ଦିନରେ ରାଉରକେଲା ଓକିଲ ସଂଘ, ରାଉରକେଲାର ମେହନତି ମଣିଷ, ଛାତ୍ର ସଙ୍ଗଠନ, ମହିଳା ସଙ୍ଗଠନ, ଶ୍ରମିକ ସଙ୍ଗଠନ, ରାଜନୈତିକ ନେତୃବୃନ୍ଦ ସର୍ବୋପରି ରାଉରକେଲା ଜନସାଧାରଣଙ୍କୁ ନେଇ ଏକ ଜନଆନ୍ଦୋଳନ ଗଢି ତୋଳାଯିବ । ଆବଶ୍ୟକ ହେଲେ ଅର୍ଥନୈତିକ ଅବରୋଧ ସାଙ୍ଗକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ବୈଠକରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

By amfnews

Related Post