Sun. Nov 24th, 2024

କେନ୍ଦ୍ରୀୟ କ୍ୟାବିନେଟର ମଂଜୁରୀ, ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଆଉ ୩ଟି ଏମ୍ସ

By amfnews Jan 11, 2019 #Featured
200 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : କେନ୍ଦ୍ରୀୟ କ୍ୟାବିନେଟ ଗୁରୁବାର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ନୂତନ ଏମ୍ସ ଖୋଲିବାକୁ ମଂଜୁରୀ ଦେଇଛି । ଭାରତର ଏହି ଅତ୍ୟାଧୁନିକ ହସ୍ପିଟାଲ ଗୁଡ଼ିକ ଜମ୍ମୁର ସାମ୍ବା ଅନ୍ତର୍ଗତ ବିଜୟନଗର, ପୁଲବାମାର ଅବନ୍ତିପୁର ଓ ଗୁଜୁରାଟର ରାଜକୋଟରେ ପ୍ରତିଷ୍ଠା କରାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ମାମଲାରେ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଜମ୍ମୁ କଶ୍ମୀରର ସାମ୍ବା ଅନ୍ତର୍ଗତ ବିଜୟନଗରରେ ୧୬୬୧ କୋଟି ଟଙ୍କା ନିବେଶରେ ଏମ୍ସ ନିର୍ମାଣ ହେବ । ପୁଲବାମାରେ ଏହି ହସ୍ପିଟାଲ ପାଇଁ ୧୮୨୮ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ରାଜକୋଟରେ ଏମ୍ସ ପାଇଁ ୧୧୯୫ କୋଟି ଟଙ୍କା ବଜେଟ ରଖାଯାଇଛି ।

କେନ୍ଦ୍ରମନ୍ତ୍ରୀ ଟୁଇଟରେ କହିଛନ୍ତି, ଲୋକଙ୍କୁ ସୁପର ସ୍ପେଶାଲିଟି ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଲକ୍ଷ୍ୟରେ ଏହି ଏମ୍ସ ଗୁଡ଼ିକ ଖୋଲାଯିବ । ଏଥି ସହିତ ଡାକ୍ତର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଜେପି ନଡ୍ଡାଙ୍କ ଅନୁସାରେ ଏହି ଏମ୍ସ ଜରିଆରେ ୧୫୦୦ ଓପିଡି ପ୍ରତିଦିନ ଏବଂ ୧୦୦୦ ଆଇପିଡି ରୋଗୀ ପ୍ରତି ମାସରେ ଦେଖାଯିବ । ପ୍ରତ୍ୟେକ କଲେଜରେ ୭୫୦ ବେଡ, ୧୫-୨୦ ସୁପର ସ୍ପେଶାଲିଟି ବିଭାଗ, ୧୦୦ ଏମବିବିଏସ ଏବଂ ୬୦ ବିଏସସି (ନିର୍ସିଂ) ସିଟ ରହିବ ।

By amfnews

Related Post