130 Views
କେନ୍ଦ୍ରାପଡ଼ା, ଜାନୁୟାରୀ ୦୩ : ମହାନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବା ଦୁଃଖଦ ଘଟଣାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଜଣେ ଶିଶୁ ନିଖୋଜ ଥିବା ଜଣାଯାଇଛି। ମୃତକମାନଙ୍କ ମଧ୍ୟରେ ୬ ଜଣ ଶିଶୁ ,୨ ଜଣ ମହିଳା ଓ ଜଣେ ପୁରୁଷ ଲୋକ ଅଛନ୍ତି। ଏହି ଘଟରାରେ ମୁଖ୍ୟମନ୍ତ୍ରୀ ନବୀନ ପଟକଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତ।ସେହିପରିଏହି ଡଙ୍ଗାବୁଡ଼ି ଘଟରାରେ ଆହତମାନଙ୍କ ଚିକିତ୍କସଦା ମାଗଣାରେ କରିବାକୁ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଏ ସମ୍ପର୍କରେ ଜିଲ୍ଲାପାଳ ଦାଶରଥୀ ଶତପଥୀ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା। ବର୍ତ୍ତମାନ ନିଖୋଜ ଥିବା ଶିଶୁଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଚାଲିଛି। ଆବଶ୍ୟକଠାରୁ ଅଧିକ ଯାତ୍ରୀ ଯୋଗୁଁ ଡଙ୍ଗା ବୁଡ଼ିଥିବା ଜିଲ୍ଲାପାଳ ଶ୍ରୀ ଶତପଥୀ କହିଛନ୍ତି।