Sat. Mar 7th, 2026

କେନ୍ଦ୍ରାପଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ରୋଡ୍‌ ସୋ’

302 Views

କେନ୍ଦ୍ରାପଡ଼ା: ଶନିବାର ଦିନ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଦିନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ରୋଡ୍‌ ସୋ’ ଆରମ୍ଭ କରିଛନ୍ତି।

ସକାଳ ୯: ୪୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଜଣ୍ଟିଲୋ ଡାକବଙ୍ଗଳାରୁ ହାଇଟେକ୍‌ ବସ୍‌ରେ ରୋଡ୍‌ ସୋ’ରେ ବାହାରି ଦୁହୁରିଆ ଦେଇ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।ତା’ପରେ ଗୁଲନଗର ଦେଇ ବାରିମୂଳ ବାଟେ ଗଲେ ଇନ୍ଦୁପୁର। ସେଠାରୁ ଘାଗରା ଦେଇ ଗୋଗୁଆ, ଦାଣ୍ଡିସାହି ଏବଂ ପଟ୍ଟାମୁଣ୍ଡାଇ ବଜାରକୁ ଯିବା ପରେ ପତ୍ରପୁର ଦେଇ ଆଳି ଅଭିମୁଖେ ଯାଉଛନ୍ତି।

ସେଠାରୁ ମୁଖ୍ୟମନ୍ତ୍ରୀ ରାଜକନିକା ଏବଂ ଓଳାଭର ଆଦି ଅଞ୍ଚଳକୁ ଯାଇ ରୋଡ୍‌ ସୋ’ କରିବେ।ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେଉଥିବାରୁ ନେତା ଓ ଜନତାଙ୍କ ମଧ୍ୟରେ ବିଶେଷ ତତ୍ପରତା ଦେଖା ଦେଇଛି।

By amfnews

Related Post