Sat. Mar 7th, 2026

କେନ୍ଦ୍ରାପଡ଼ା: ଜାଲରେ ପଡ଼ିଲା ଲକ୍ଷାଧିକ ଟଙ୍କା ମୂଲ୍ୟର ବିରାଟ ସାମୁଦ୍ରିକ ମାଛ

193 Views

ରାଜନଗର: ଗୁରୁବାର ଦିନ ତାଳଚୁଆ ଅଞ୍ଚଳର ଏକ ମାଛମରା ଟ୍ରଲ୍‌ର ଧୀବରମାନେ ବଙ୍ଗୋପସାଗରରୁ ଗୋଟାଏ ବିରାଟ ସାମୁଦ୍ରକ ମାଛ ଧରିଛନ୍ତି। ଧୀବରମାନଙ୍କ ଟ୍ରଲର୍‌ ଜାଲରେ ପଡ଼ିଥିବା ମାଛଟିକୁ ସ୍ଥାନୀୟ ଲୋକେ ମୟୂରମାଛ କହୁଛନ୍ତି।

ଏହା ଖଣ୍ଡାମାଛ ପ୍ରଜାତିର ଏବଂ ଇଂରାଜି ଭାଷାରେ ଏହାର ନାଁ ‘ମାର୍ଲିନ୍‌’। ଚାରି ପାଞ୍ଚ କିଲୋ ଓଜନର ଏହି ସାମୁଦ୍ରିକ ମାଛଟିର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇପାରେ। ଏହାକୁ ଦିଘା ବଜାରରେ ବିକ୍ରୟ କରାଯିବ। ଏ ମାଛରୁ ଔଷଧ ପ୍ରସ୍ତୁତି କରାଯାଏ ବୋଲି କୁହାଯାଉଛି।

ଟ୍ରଲର୍‌ ମାଲିକ ଏବଂ ଧୀବରମାନଙ୍କ କହିବା ଅନୁସାରେ, ଏ ମାଛ ଧରାପଡ଼ିବା କିଛି ନୂଆ କଥା ନୁହେଁ। ମଝିରେ ମଝିରେ ବହୁ ଥର ସେମାନେ ଏ ଭଳି ମାଛ ଧରିଛନ୍ତି।

By amfnews

Related Post