204 Views
ନୂଆଦିଲ୍ଲୀ, ଅଗଷ୍ଟ ୨୯ :
କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆଉ ଏକ ଭଲ ଖବର । କ୍ୟାବିନେଟ ବୈଠକରେ ଦର ଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ପୂର୍ବରୁ ୭ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ ୨ ପ୍ରତିଶତ ବଢାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ୯ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାର ପରିସରରେ ରହି ଏହି ବ୍ୟବସ୍ଥା କରିଛନ୍ତି ସରକାର ।
୧ ଜୁଲାଇ ଠାରୁ ପିଛିଲା ଭାବେ ଏହି ଭତ୍ତା ମିଳିବ । ସାରା ଦେଶରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ରସରକାରୀ କର୍ମଚାରୀ ଏବଂ ୬୧ ଲକ୍ଷରୁ ଅଧିକ ପେନସନ୍ ଭୋଗୀ ଏଥିରୁ ଲାଭ ପାଇବେ ।
ଗତ ଜାନୁଆରୀରେ ୨ ପ୍ରତିଶତ ମହଙ୍ଗା ଭତ୍ତା ଲାଗୁ ହୋଇଥିଲା । ୭ମ ବେତନ ଆୟୋଗ ନିର୍ଦ୍ଧାରିତ କରିଥିବା ଫର୍ମୁଲାକୁ ହିସାବକୁ ନେଇ ମହଙ୍ଗା ଭତ୍ତାର ବୃଦ୍ଧି ଘଟିଥିବା କୁହାଯାଇଛି । ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି ।