Thu. Dec 26th, 2024

କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ସେଲ୍ ପେନ୍ସନ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଲ୍ଲୀଠାରେ ଏନ୍ଜେସିଏସ୍ ସଭ୍ୟଙ୍କ ବୈଠକ ଚଳିତ ମାସ ୧୭ରେ 

rklsanchar@gmail.com' By J.N. Pradhan Jul 15, 2018 #Featured
212 Views

ରାଉରକେଲା, ୧୫/୭ : ଚଳିତ ମାସ ୧୭ ତାରିଖ ଦିନ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର କନଷ୍ଟ୍ରକସନ କ୍ଲବ୍ରେ ବହୁ ପ୍ରତିକ୍ଷୀତ ସେଲ୍ ପେନ୍ସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିରେ ଅନ୍ୟାନ୍ୟ ଏନ୍ଜେସିଏସ୍ ୟୁନିୟନ ସହ ସିଆଇଟିୟୁର ବରିଷ୍ଠ ଏନ୍ଜେସିଏସ୍ ସଭ୍ୟ ତପନ ସେନ, ବିଷ୍ଣୁ ମହାନ୍ତି ଓ ପି.କେ. ଦାସ ପ୍ରମୁଖ ଯୋଗ ଦେବେ । ଏହି ବୈଠକରେ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସଭ୍ୟମାନେ ମଧ୍ୟ ଯୋଗ ଦେବେ । ଉଲ୍ଲେଖନୀୟ ଯେ, ଗତ ଏନ୍ଜେସିଏସ୍ ଚୁକ୍ତିନାମା ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଥିଲା ଯାହା ପୂରଣ ହେବାର ଦେଢବର୍ଷ ବିତିଗଲାଣି ।

ଏନେଇ ଦାବିପତ୍ର ପ୍ରଦାନ ସତ୍ତେ୍ୱ ନୂତନ ଏନ୍ଜେସିଏସ୍ ବୈଠକ ହେଲାନାହିଁ । ଅପରନ୍ତୁ ଗତ ଏନ୍ଜେସିଏସ୍ରେ ବହୁ ଆଲୋଚନା ପରେ ସେଲ୍ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ପେନ୍ସନ ବେସିକ୍ ଓ ଡିଏର ୬% ଚୁକ୍ତିନାମା କଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଲା ନାହିଁ । ସେଲ୍ ଏନ୍ଜେସିଏସ୍ ଚୁକ୍ତିନାମା ଇତିହାସରେ ଏହା ପ୍ରଥମ । ରାଉରକେଲାରେ ବିଏମ୍ଏସ୍ ସ୍ୱୀକୃତିପ୍ରାପ୍ତ ହେବା ପରେ ୨୦୧୭ ଜାନୁଆରୀରୁ ଏନ୍ଜେସିଏସ୍ ଚୁକ୍ତିନାମା କରିବା, ପେନ୍ସନ ଲାଗି ୯%, ପରବର୍ତ୍ତୀ ସମୟରେ ୭% କରିବା ନେଇ ପ୍ରଚାର କଲେ ।

ଏ ପର୍ଯ୍ୟନ୍ତ ତ ପେନ୍ସନ ହେଲାନାହିଁ, ନୂତନ ମଜୁରୀ ଚୁକ୍ତିନାମା ପାଇଁ ଏନ୍ଜେସିଏସ୍ ବୈଠକ ବସିପାରିଲା ନାହିଁ । ନିକଟରେ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନୂତନ ଏନ୍ଜେସିଏସ୍ ଓ ପେନ୍ସନ ପାଇଁ ସେଲ୍ ରଖିଥିବା ଅର୍ଥକୁ କେନ୍ଦ୍ର ସରକାର ନେଇଗଲେ ଓ ମନ୍ତ୍ରୀ କ୍ଷତି ନାମରେ କ୍ଷତି ବର୍ଷମାନଙ୍କ ୨% ପେନ୍ସନ ପାଇଁ ନିଷ୍ପତ୍ତି ନେଇସାରିଛନ୍ତି ।

ରାଉରକେଲାର ରଢୁଆ ଶ୍ରମିକମାନଙ୍କୁ ଆମ ମନ୍ତ୍ରୀ, ଆମ ସରକାର କହି ସ୍ୱପ୍ନ ଦେଖାଉଥିବା ବିଏମ୍ଏସ୍ ବର୍ତ୍ତମାନ ନୀରବ ରହି ସରକାର ଓ ସେଲ୍ କର୍ତ୍ତୃପକ୍ଷଙ୍କ ଶ୍ରମିକ ବିରୋଧି ନୀତିକୁ ଗ୍ରହଣ କରିବା ଇସ୍ପାତ ଶ୍ରମିକଙ୍କ ପାଇଁ ଧୋକାବାଜି ବୋଲି ସାଧାରଣ ସମ୍ପାଦକ ବସନ୍ତ ନାୟକ କହିଛନ୍ତି । ବରଂ ଇସ୍ପାତ ଶ୍ରମିକ ଓ ଅବସର ଶ୍ରମିକଙ୍କ ସ୍ୱାର୍ଥ ରଖିବା ପାଇଁ ପେନ୍ସନ ପାଇଁ ଯଦି ୭% ନକରି ପାରୁଛନ୍ତି ତେବେ ଚୁକ୍ତିନାମା ଅନୁଯାୟୀ ୬% କରିବାକୁ ମନ୍ତ୍ରୀଙ୍କ ଉପରେ ଚାପ ଦେବାକୁ ସିଆଇଟିୟୁ ତରଫରୁ ଶ୍ରୀ ନାୟକ ନିବେଦନ କରିଛନ୍ତି ।

Related Post