186 Views
ନୂଆଦିଲ୍ଲୀ, ଅଗଷ୍ଟ ୨୭ (ଖବର ଓଡ଼ିଶା): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୧ତମ ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହେବ । କରୋନା ଭାଇରସ ମହାମାରୀ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଭିଡିଓ ବାର୍ତ୍ତା ଜରିଆରେ ହେବ । ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ (ରାଷ୍ଟ୍ରୀୟ ପାହ୍ୟା) ଅନୁରାଗ ଠାକୁର, ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।
କରୋନା କଟକଣା ସମୟରେ ଦେଶର ଆର୍ଥିକ କାରବାର ଘୋର ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହେବାରୁ, ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଛି । ଏହି ବୈଠକରୁ ଦେଶର ସାଧାରଣ ଜନତା ଅନେକ କିଛି ଆଶା ରଖିଛନ୍ତି ।