Wed. Dec 25th, 2024

କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

By amfnews Nov 29, 2018 #Featured
253 Views

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ଜିଏସ୍‌ଟି ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ପୂର୍ବରୁ କେନ୍ଦୁପତ୍ର ଉପରେ ୫ ପ୍ରତିଶତ ଭାଟ୍‌ ଥିଲା। ବର୍ତ୍ତମାନ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଛି। ଅତ୍ୟଧିକ ଜିଏସ୍‌ଟି ଯୋଗୁଁ ଗୋଦାମରେ ବିପୁଳ ପରିମାଣରେ କେନ୍ଦୁପତ୍ର ପଡି ରହିଛି। ଫଳରେ ସାଢ଼େ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ପ୍ରଭାବିତ ହୋଇଛନ୍ତି। ନବୀନ କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ ରଖିବାକୁ ଅନୁରୋଧ କରିଛନ୍ତି।

By amfnews

Related Post