Tue. Dec 24th, 2024

କେନ୍ଦୁଝର ଜିଲ୍ଲାପାଳ ଙ୍କର କୋର୍ଟରେ ୨୩ ଖଣି ଲିଜଧାରୀ ଙ୍କର ସଂମ୍ପତି ବ୍ୟାଜାପ୍ତି ପାଇଁ ସାର୍ଟିଫିକେଟ କେଶ ର ଶୁଣାଣି … .

By amfnews Sep 30, 2018 #Featured
323 Views

କେନ୍ଦୁଝର : ସୁପ୍ରିମକୋର୍ଟ ଙ୍କର ନିର୍ଦ୍ଧେଷ ମତେ ଜୋରିମାନ ଦେଇ ନଥିବା ଖଣି ଲିଜଧାରୀ ମାନଙ୍କର ସମ୍ପତି ବ୍ୟାଜାପ୍ତ ପାଇଁ କେନ୍ଦୁଝର ଜିଲ୍ଲାପାଲ ଙ୍କର କୋର୍ଟରେ ଚାଲିଥିବା ସାର୍ଟିଫିକେଟ କେଶ ର ଜବାବ ରଖିବା କୁ ଆଜି ୨୩ ଟି ଖଣି ଲିଜଧାରୀ ଙ୍କୁ ନୋଟିସ ହୋଇଥିଲା । ହେଲେ ଆଜି କୋର୍ଟରେ ମାତ୍ର ୧୪ ଜଣ ଲିଜଧାରୀ ଙ୍କର ପ୍ରତିନିଧୀ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି । ସହେଲେ ଆଉ ୯ଟି ଖଣି ଲିଜଧାରୀ ଙ୍କ ପକ୍ଷରୁ କେହି ହେଲେ ଉପସ୍ଥିତ ହୋଇ ନଥିଲେ ।

ତେବେ କିଛି ଦିନ ଧରି ଓକିଲ ମାନଙ୍କର କାର୍ଯ୍ୟ ବନ୍ଧ ଆନ୍ଦୋଳନ ଚାଲିଥିବାରୁ ଆଜି ଖଣି ଲିଜଧାରୀ ଙ୍କର ପ୍ରତିନିଧୀ ମାନେ କୋର୍ଟରେ ଉପସ୍ଥିତ ହୋଇ ନିଜ ନିଜର ପକ୍ଷ ରଖିଛନ୍ତି । ତେବେ ଜିଲ୍ଲାପାଲ ଙ୍କର ମିନୀ କନଫରେନ୍ସ ହଲରେ ଖଣି ଲିଜଧାରୀ ଙ୍କର ପ୍ରତିନିଧୀ ମାନଙ୍କର ସହ ଜିଲ୍ଲାପାଳଙ୍କର କୋର୍ଟ ଚାଳିଥବା ସମୟରେ କେନ୍ଦୁଝର ଓକିଲ ସଂଘ ର ଅନୁରୋଧ କ୍ରମେ ଆଜି ଜିଲ୍ଲାପାଳ କେବଳ ଶୁଣାଣି କରିଥିବା ବେଳେ କୋ÷÷ଣସି ଆଦାଶ ନାମା ଜାରି କରିନଥିଲେ । ଓ ଆସନ୍ତା ୬.୧୦.୨୦୧୮ ତାରିଖ ରେ ପରବର୍ତି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ସେପଟେ ଅନୁପସ୍ଥିତ ଙ୍କ ମଧ୍ୟରୁ ତିନି ଜଣ ଖଣି ଲିଜଧାରୀ ଙ୍କୁ କାରଣ ଦର୍ଶଅ ନୋଟିସ ଜାରୀ ହୋଇଛି ।

By amfnews

Related Post