Wed. Dec 25th, 2024

କୃଷକ ଶ୍ରମିକ ଓ ବେକାର ଯୁବକ ଯୁବତୀଙ୍କ ସମସ୍ୟାର ସମାଧାନ ଆବଶ୍ୟକ – ଯୁବ ଆଇଏନଟିୟୁସି

By amfnews Nov 27, 2018 #Featured
281 Views

ରାଉରକେଲା, ନଭେମ୍ବର ୨୭ : ସୁନ୍ଦରଗଡ ଜିଲା ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଏକ କାର୍ଯ୍ୟକାରିଣୀ ବୈଠକ ଆର୍ଜିପି ପୂର୍ତ୍ତ ଡାକବଙ୍ଗଳା ଠାରେ ଜିଲା ସଭାପତି ଅଜୟ କୁମାର ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ସତ୍ୟବ୍ରତ ନାୟକ ତାଙ୍କ ଉଦ୍ବୋଧନରେ କହିଲେ ଯେ, ସମ୍ପ୍ରତି ସମାଜର ପ୍ରତିମୁହୂର୍ତ୍ତରେ ନୂତନ ଆଶା ଉଦ୍ଦୀପନା ସହ ଦେଶ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଆସୁଥିବା ଖଟିଖିଆ ଗରିବ ନିରିହ ଶ୍ରମିକ ଆଜି ଶ୍ରମ ବଜାରରେ ଉପଯୁକ୍ତ ମୂଲ୍ୟ ନ ପାଇ ସମ୍ପୂର୍ଣ୍ଣ ଅବହେଳିତ ସମର୍ଗ ରାଜ୍ୟରେ ଚାଷୀ ଓ ଶ୍ରମିକ ଦୁଃଖ ଦୁର୍ଦ୍ଦଶାରେ କାଳାତିପାତ କରି ରାଜ୍ୟ ବାହାରକୁ ଯାଇ ଦାଦନ ଶ୍ରମିକ ଭାବେ ଖଟୁଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ଯୋଗୁଁ ଶିଳ୍ପ ସହ ରାଉରକେଲାରେ ମାଳ ମାଳ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଇଥିବାରୁ ଅନେକ ଯୁବକ ଯୁବତୀ କର୍ମ ହରାଇ ବେକାର ହୋଇବସିଛନ୍ତି ଏବଂ ବେକାରୀ ସମସ୍ୟା ହୁ ହୁ ହୋଇ ବଢି ଚାଲିଛି । ଶ୍ରମିକଙ୍କୁ ସରକାରୀ ଧାର୍ଯ୍ୟ ପାଉଣା ମିଳୁନାହିଁ । ସାମାଜିକ ସୁରକ୍ଷା ପ୍ରହସନରେ ପରିଣତ ହୋଇଛି । ସରକାରୀ ସମସ୍ତ ଯୋଜନା ସଫଳ ରୂପାୟନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ବିଭିନ୍ନ ଚାଷୀ, ଶ୍ରମିକ ଓ ବେକାର ଯୁବକ ଯୁବତୀଙ୍କ ସମସ୍ୟାର ସମାଧାନ, ବିଭିନ୍ନ କଳକାରଖାନାରେ ବ୍ୟାପକ ପ୍ରଦୂଷଣ, ରାଉରକେଲା ମହାନଗର ନିଗମ ଅଞ୍ଚଳରେ ସ୍ୱେରେଜ୍ ପାଇପ୍ ଲାଇନ୍ ବିଛା କାର୍ଯ୍ୟରେ ନିୟୋଜିତ ଏଲ୍ଆଣ୍ଡଟି କମ୍ପାନୀ ଦ୍ୱାରା ଶ୍ରମିକମାନଙ୍କୁ ଶୋଷଣ ସହିତ ସ୍ଥାନୀୟ ବେକାର ଶ୍ରମିକମାନଙ୍କୁ କାମରେ ନିୟୋଜିତ ନ କରି ବାହାର ରାଜ୍ୟ ବାହାରର ଶ୍ରମିକ ଆଣି ଏହି ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରିଛନ୍ତି ।

ଏହି ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ବିରୁଦ୍ଧରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି । ସୁନ୍ଦରଗଡ ଜିଲାରେ ଗଢି ଉଠିଥିବା କଳକାରଖାନାରେ ସ୍ଥାନୀୟ ବେକାର ଯୁବକ, ଯୁବତୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି, ଜିଲାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରୀ, ଅସଙ୍ଗଠିତ ଶିଳ୍ପ ଶ୍ରମିକଙ୍କ ସମେତ ବିଭିନ୍ନ କଳକାରଖାନା ତଥା ନିର୍ମାଣାଧିନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ସୁରକ୍ଷା ଉପକରଣ ପ୍ରଦାନ, କୃଷି ଶ୍ରମିକମାନଙ୍କ ପାଇଁ କୃଷି ଶ୍ରମିକ ମଙ୍ଗଳ ବୋର୍ଡ ଗଠନ, ସରକାର ପ୍ରତ୍ୟେକ ଚାଷୀ ପରିବାରକୁ ମାସିକ ୧୦ ହଜାର ଟଙ୍କାର ରୋଜଗାର ବ୍ୟବସ୍ଥା, ସେମାନଙ୍କୁ ପେନ୍ସନ ଓ ସ୍ୱାସ୍ଥ୍ୟବୀମା ଯୋଗାଇ ଦେବା, ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ପଞ୍ଜିକୃତ କରିବା, ଠିକାକରଣ ଓ ଆଉଟସୋର୍ସିଂ ପ୍ରଦାନ, ନିୟମିତ କର୍ମଚାରୀଙ୍କ ଭଳି ଠିକା ଶ୍ରମିକଙ୍କୁ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ, ସୁନ୍ଦରଗଡ ଜିଲାରେ ଗଢି ଉଠିଥିବା ଶିଳ୍ପ କାରଖାନା ମାଲିକଙ୍କ ପାଖରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଦକ୍ଷ ଶ୍ରମିକର ଦାୟିତ୍ୱ ଦେବା, ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା କରିବା ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସୁନ୍ଦରଗଡ ଜିଲା ଶାଖା ପକ୍ଷରୁ ଦାବି କରାଯାଇଛି ।

ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲାର ପୂର୍ବତନ ସଭାପତି ବିରେନ ସେନାପତି, ରାଜଗାଙ୍ଗପୁର ଟାଉନ କଂଗ୍ରେସ ସଭାପତି ଇତ୍ପାକ ଅହମ୍ମଦ (ପାକା ବାବୁ), ସୁନ୍ଦରଗଡ ଜିଲା ମଜଦୁର କଂଗ୍ରେସ ସଭାପତି ଇକବାଲ ମଲ୍ଲିକ, ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ଯୋଶେଫ ଖେସ୍, ଜିଲା କଂଗ୍ରେସ ସମ୍ପାଦକ ସୁରେଶ ବାରିକ, ଯୁବ ରାଜ୍ୟ ମଜଦୁର କଂଗ୍ରେସ ମୁଖପାତ୍ର କୈଳାସ ଚନ୍ଦ୍ର ସାହୁ, ଆଶା ମିଞ୍ଜ, ସତ୍ୟବାନ ବଡାଇକ, ଶ୍ରବଣ ସେଠ, ଗୋପୀ ମହାନ୍ତ, କେ. କିରଣ, ବନ୍ଦୀ ସୋଲାଙ୍କି, ଦେବାନନ୍ଦ ଜୟପୁରିଆ, ବିବେକ ତାଣ୍ଡିଆ, ଶିବସ୍ତିନ କେର୍କେଟା, ମନସିଦ ବାର୍ଲା, ବିମଳା ତନ୍ତୀ, ବିଜୟ ମାନ୍ଦାତା, ଜ୍ଞାନରଞ୍ଜନ ବିଶ୍ୱାଳ, ଶଶିଭୂଷଣ ଚୌରସିଆ, ଏରିଲ କୁଜୁର, ଯୋଗେଶ ମିଞ୍ଜ, ରାଜେଶ ତିର୍କୀ ପ୍ରମୁଖଙ୍କ ସମେତ ଶତାଧିକ ଉପସ୍ଥିତ ଥିଲେ ।

By amfnews

Related Post