Sat. Mar 7th, 2026

କୁଲାଇଲୋ ଅସ୍ଥି ଚିକିତ୍ସା କେନ୍ଦ୍ର ଉପରେ ବୋମା ମାଡ଼

211 Views

କଟକ  : ଗୁରୁବାର ରାତିରେ ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ଠାରେ ଥିବା ଏକ ଆୟୁର୍ବେଦିକ ଅସ୍ଥି ଚିକିତ୍ସାଳୟ ଉପରକୁ ବୋମା ମାଡ଼ ହୋଇଛି। ରାତି ପ୍ରାୟ ୩ଟା ବେଳେ ଦୁଇଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଅନନ୍ତ ବେଉରା ଆୟୁର୍ବେଦିକ ଅସ୍ଥି ଚିକିତ୍ସା ସେବା ସଦନ ଉପରକୁ ବୋମା ଫିଙ୍ଗିଥିବା କଥା ପ୍ରତିଷ୍ଠାନର ମାଲିକ ପ୍ରତାପରୁଦ୍ର ବେଉରା ଅନୁମାନ କରୁଛନ୍ତି। ପୁରୁଣା ବିବାଦକୁ କେନ୍ଦ୍ର କରି ବୋମା ଫିଙ୍ଗାଯାଇଥିବା କଥା ସେ କହୁଛନ୍ତି। କିଛି ଦିନ ତଳେ ପ୍ରତାପରୁଦ୍ରଙ୍କୁ ଧମକଚମକ ଦିଆଯାଇଥିବା କଥା ଶୁଣାଯାଉଛି।

ବୋମା ବିସ୍ଫୋରଣ ଯୋଗୁଁ ପ୍ରତିଷ୍ଠାନର କିଛି ଅଂଶ ଭାଙ୍ଗିରୁଜି ଯାଇଛି। ଆଠଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post