Sat. Nov 23rd, 2024

କୁମ୍ଭମେଳାରୁ ଓଡିଶା ଫେରିଲେ 14 ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ, ନିର୍ଦ୍ଦେଶ ଦେଲେ SRC

By amfnews Apr 18, 2021 #Featured
178 Views

ଭୁବନେଶ୍ୱର, ଏପ୍ରିଲ 18 : ରାଜ୍ୟରେ କରୋନା କହର ପୁଣି ଡରାଇଲାଣି । ଏହାରି ମଧ୍ୟରେ କୁମ୍ଭମେଳାରୁ ଓଡିଶା ଫେରୁଥିବା ବ୍ୟକ୍ତିଙ୍କୁ ନେଇ ରାଜ୍ୟରେ ବଢିଛି ଚିନ୍ତା । ସଂକ୍ରମଣ ରୋକିବାକୁ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । କୁମ୍ଭମେଳାରୁ ଫେରୁଥିବା ଲୋକଙ୍କୁ 14 ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ । ଏନେଇ ସବୁ ଜିଲ୍ଲାପାଳ ଓ  ମୁନିସିପାଲଟି କମିଶନରଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଚିଠି ।

ଓଡ଼ିଶା କରୋନାର ପ୍ରଥମ ଲହର ଚାଲିଥିବା ବେଳେ ତବଲିଗି ଜମାତିକୁ ନେଇ ଯେପରି ସଂକ୍ରମଣ ବଢିଥିଲା ଏବେ ପୁଣି କୁମ୍ଭମେଳାରୁ ଫେରୁଥିବା ଲୋକଙ୍କୁ ନେଇ ଭୟ ବଢୁଛି । କୁମ୍ଭମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ତେବେ ସେଥିରେ ଓଡିଶାରୁ ମଧ୍ୟ ଅନେକ ଲୋକ ରହିଛନ୍ତି । କୁମ୍ଭମେଳାରୁ ଓଡିଶା ଫେରିବା ପୂର୍ବରୁ ସମସ୍ତଙ୍କ RTPCR ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । କୁମ୍ଭମେଳାରୁ ଫେରୁଥିବା ଲୋକଙ୍କୁ 14 ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ସଙ୍ଗରୋଧ ସମୟରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ସ୍ବାସ୍ଥ୍ୟ ତଦାରଖ କରିବେ ।

ଅନ୍ୟପଟେ ରାଜ୍ୟରେ କରୋନାସ୍ଥିତି ସଙ୍ଗୀନ ହେଉଛି । ପୁଣି ଥରେ ରେକର୍ଡ ଭାଙ୍ଗିଛି କରୋନା । ଗତ 24 ଘଣ୍ଟାରେ ରାଜ୍ୟରେ 3664 ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ କରାଯାଇଛି । ଆଜି ରାଜ୍ୟରେ 2127 କରୋନା କେସ୍ ସଂଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଥିବା ବେଳେ 1537 ଟି ଲୋକାଲ କେସ୍ ଚିନ୍ତା ବଢାଇଛି ।

By amfnews

Related Post