ଦ୍ୱିତୀୟ ଶାହୀ ସ୍ନାନ ଫେବୃୟାରୀ ୪ ଓ ତୃତୀୟ ଶାହୀ ସ୍ନାନ ଫେବୃୟାରୀ ୧୦ରେ ଆୟୋଜନ ହେବ । କୁମ୍ଭମେଳାକୁ ଆସିଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ଓ ପୋଲିସ ଦ୍ୱାର ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ଏଠାରେ ଲୋକଙ୍କ ପାଇଁ ବିଳାସମୟ ଟେଣ୍ଟ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ଗଙ୍ଗା ନଦୀ କୂଳରେ ୩୨୦୦ ଏକର ଜମି ଉପରେ କୁମ୍ଭ ସହର ପ୍ରତିଷ୍ଠା କରାଯାଇଛି ।
ଏଠାରେ ଟେଣ୍ଟର ଭଡ଼ା ୨,୧୦୦ ରୁ ଆରମ୍ଭ କରି ୨୦,୦୦୦ ପର୍ଯ୍ୟନ୍ତ ପ୍ରତି ରାତି ପାଇଁ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ବଡ଼ ସଂଖ୍ୟାରେ ପହଂଚୁଥିବା ଅଖଡ଼ା ଏବଂ ସନ୍ଥଙ୍କ ପାଇଁ ବଡ଼ ବଡ଼ ହଲ ନିର୍ମାଣ କରାଯାଇଛି । କୁମ୍ଭ ପ୍ରଶାସନ ଏକ ବୟାନରେ କହିଛି, ଏଥର କୁମ୍ଭମେଳାରେ ସ୍ୱଚ୍ଛତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଗତ ଥର ଶୌଚାଳୟ ନଥିବାରୁ ଖୋଲା ପଡ଼ିଆରେ ଶୌଚ କରିବାକୁ ଲୋକେ ବାଧ୍ୟ ହେଉଥିଲେ କିନ୍ତୁ ଏଥର ୧,୨୦,୦୦୦ ଶୌଚାଳୟ ନିର୍ମାଣ କରାଯାଇଛି । ସେହିଭଳି ସଫାଇ କର୍ମୀଙ୍କ ସଂଖ୍ୟା ୨ ଗୁଣ କରାଯାଇଛି । ଗତ କୁମ୍ଭମେଳାରେ ୩୪,୦୦୦ ଶୌଚାଳୟ ଥିଲା ।
ପାଣିପାଗ ବିଭାଗ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ସୋମବାର ପାଣିପାଗ ସଂପର୍କିତ ସୂଚନା ଅବଗତ କରାଇବା ପାଇଁ ଅତ୍ୟାଧୁନିକ ମେସିନ ପ୍ରତିଷ୍ଠା କରିଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି, କୁମ୍ଭମେଳା ଆସୁଥିବା ଲୋକଙ୍କୁ ଏହି ସେବା ମାଧ୍ୟରେ ଅନେକ ଗୁଡ଼ିଏ ସତର୍କ ସୂଚନା ମିଳି ପାରିବ ।